ଅଧିକ ଚା’ ପିଉଥିଲେ ସାବଧାନ

Above Post Content

ଭୁବନେଶ୍ୱର: ଚା’ ପିଇବାକୁ ନେଇ ଭାରତରେ ଦୁଇ ପ୍ରକାର ଲୋକ ଦେଖୁବାକୁ ମିଳିଥାନ୍ତି । ସକାଳେ ସନ୍ଧ୍ୟାରେ କିଛି ଲୋକ ସଉକରେ ଜଳଖିଆ ସହିତ ଚା’ ପିଅନ୍ତି । ସେହିପରି ଅନ୍ୟ କିଛି ଲୋକ ଚା ପିଇବାକୁ ବହୁତ ଭଲ ପାଆନ୍ତି, ସେମାନେ ଦିନରେ ଅନେକ ଥର ଚା’ ପିଅନ୍ତି । କେତେବେଳେ ଖବରକାଗଜ ପଢ଼ିବା ସମୟରେ ତ ଆଉ କେତେବଳେ ଖାଇବାପରେ ତ ଏପରିକି ମନ ଖରାପଥିଲେ ମଧ୍ୟ ସେମାନେ ଚା’ ପିଅନ୍ତି ।
କିନ୍ତୁ , ଅଧିକ ଚା’ ପିଉଥିବା ଲୋକମାନଙ୍କୁ ବୁଝିବା ଦରକାର ଯେ ସୀମିତ ମାତ୍ରାରେ ଚା’ ପିଇବା ସାସ୍ଥ୍ୟ ପାଇଁ ଲାଭଦାୟକ । ଗୋଟିଏ କପ୍ ଚା’ ମାନସିକ ଚାପ ବା ଚିନ୍ତାକୁ ତୁରନ୍ତ କମ୍ କରିଦେଇଥାଏ । କିନ୍ତୁ ଯଦି ଆପଣ ଗୋଟିଏ ଦିନରେ ୫ ରୁ ୭ କପ୍ ବା ଏହାଠାରୁ ଅଧିକ ଚା’ ପିଉଛନ୍ତି ତାହେଲେ ଏହା ଆପଣଙ୍କ ହଜମ ଶକ୍ତିକୁ ପ୍ରଭାବିତ କରିବା ସହିତ ସାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇପାରେ ।

ସାସ୍ଥ୍ୟ ସମସ୍ୟା ହେବାପରେ ମଧ୍ୟ, ଯଦି ଆପଣ ଅଧିକ ଚା’ ପିଇବା ଅଭ୍ୟାସକୁ ଛାଡ଼ିପାରୁନାହାନ୍ତି ତେବେ , ଏହାକୁ ଚା’ ନିଶା ବୋଲି କୁହାଯାଏଯଦି ଆପଣ ଅଧିକ ଚା ପିଇବା ଅଭ୍ୟାସ ଛାଡ଼ିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ଚାରିଟି ଉପାୟ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ତାହେଲେ ଆସନ୍ତୁ ଜାଣିବା କଣ କଣ ଏହି ଚାରିଟି ଉପାୟ।

After 2nd paragraph post ads
Middle post content
୧)ଆପଣଙ୍କ ଚା’ ପିଇବାକୁ ଧିରେଧିରେ ଗୋଟିଏ କପ୍ କମ୍ କରନ୍ତୁ । ଏହା ସମ୍ପୂର୍ଣ ଆପଣଙ୍କ ଉପରେ ନିର୍ଭର କରିଥାଏ କି ଆପଣ ପ୍ରତିଦିନ କେତେ କପ୍ ଚା’ ପିଅନ୍ତି । ଉଦାହରଣ ସରୂପ ଯଦି ଆପଣ ପ୍ରତିଦିନ ୭ରୁ୮ କପ୍ ଚା ପିଉଛନ୍ତି ତାହେଲେ ପ୍ରତିଦିନ ଆପଣ ଗୋଟିଏ କପ୍ କମ୍ ଚା’ ପିଅନ୍ତୁ । ଗୋଟିଏ ଥରରେ ଗୋଟିଏ ଲେଖାଏଁ କପ୍ କମ୍ ଚାହା ପିଅନ୍ତୁ ଏପରି କିଛି ଦିନ ପର୍ଯ୍ୟନ୍ତ ପାଳନ କରନ୍ତୁ । ପରେ ଦେଖିବେ ଆପଣଙ୍କର ଏହି ଅଭ୍ୟାସ ଆସ୍ତେ ଆସ୍ତେ କମ୍ ହୋଇଯିବ ।
୨)ଅଧିକ ଚା ପିଇବାର ଅଭ୍ୟାସକୁ ଦୂରେଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଆପଣ ଚା କରିବା ସମୟରେ ଏଥିରେ ଅଳ୍ପ ଚା’ ପତି ପକାନ୍ତୁ । ଏହା ଆପଣଙ୍କ ଅଧିକ ଚା’ ପିଇବାର ଅଭ୍ୟାସକୁ କମାଇଦେବ ।
୩)ଆପଣ ସାଧାରଣ ଚା’ ପିଇବା ଅପେକ୍ଷା ଗ୍ରୀନ୍ ଟି, କେମୋମାଇଲ ଟି ବା ହର୍ବାଲ ଚା’ ପିଅନ୍ତୁ । ଏହା ଆପଣଙ୍କ ଅଧିକ ଚା’ ପିଇବାର ଅଭ୍ୟାସକୁ କମେଇବ ଓ ଏହା ସହିତ ଚା’ ନିଶାକୁ ଧିରେଧିରେ କମାଇବାରେ ସାହାଯ୍ୟ କରିବ । ଏହା ଛଡ଼ା ଚା’ର ଏହି ଅପ୍ସନ ସ୍ୱାଦିଷ୍ଟ ଓ ସାସ୍ଥ୍ୟକର ମଧ୍ୟ ହୋଇଥାଏ।
୪)ଏହି ଖରାପ ଅଭ୍ୟାସରୁ ଦୂରେଇବା ପାଇଁ ଯେତେବେଳେ ଆପଣଙ୍କ ଚା’ ପିଇବା ପାଇଁ ଇଚ୍ଛା ହେଉଛି ସେହି ସମୟରେ ଆପଣ ଫଳରସ ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ପାଚନତନ୍ତ୍ର ସଫା ରହିବା ସହିତ ଆପଣ ସୁସ୍ଥ ରହିବେ । ଏହି କାରଣରୁ ଆପଣଙ୍କ ମନୋଭାବ ମଧ୍ୟ ପରିବର୍ତ୍ତନ ହୋଇଯିବ ।

 

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami