ଏଥର ୫ ଆହାର କେନ୍ଦ୍ରରେ ରାତ୍ରିଭୋଜନ

Above Post Content

ଭୁବନେଶ୍ୱର: ଏମ୍‌ସ୍ ନିକଟରେ ଥିବା ୨ଟି ଆହାର କେନ୍ଦ୍ରରେ ଏଥର ରାତିରେ ଖାଇବାକୁ ମିଳିବ । ରୋଗୀଙ୍କ ସମ୍ପର୍କୀୟମାନେ ସୁଲଭ ମୂଲ୍ୟରେ ସୁଷମ ଖାଦ୍ୟ ପାଇ ପାରିବେ । ପ୍ରତ୍ୟେକ ଦିନ ଏହି ୨ ଆହାର କେନ୍ଦ୍ରରେ ୪୦୦ ଲେଖାଏଁ ମିଲ୍ ପ୍ରସ୍ତୁତ କରାଯିବ । ଏହି ବ୍ୟବସ୍ଥାକୁ ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିଲେ । ଏହି ୨ଟି ଆହାର କେନ୍ଦ୍ର ଦୈନିକ ୭୫୦ଟି ଲେଖାଏଁ ଭୋଜନ ପ୍ରସ୍ତୁତ କରୁଥିଲେ । ଏବେ ବିଏମ୍‌ସି ଅଞ୍ଚଳରେ ମୋଟ୍ ୧୧ଟି ଆହାର କେନ୍ଦ୍ର ରହିଛି । ସେଥିମଧ୍ୟରୁ ପ୍ରମୁଖ ଚିକିତ୍ସାଳୟ ନିକଟରେ ୫ଟି ଆହାର କେନ୍ଦ୍ର ରହିଛି । ଏମ୍‌ସ୍‌କୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ରୋଗୀ ଆସୁଥିବାରୁ ଏଠାରେ ୨ଟି କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ କରାଯାଇଛି । ପୂର୍ବରୁ ୩ଟି କେନ୍ଦ୍ରରେ ରାତ୍ରି ଭୋଜନ ବ୍ୟବସ୍ଥା ଥିଲା । ଏବେ ୫ଟି କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ । ଏହି ସବୁ ଆହାର କେନ୍ଦ୍ରରେ ଦୈନିକ ପ୍ରାୟ ୯ ହଜାର ଭୋଜନ ପ୍ରସ୍ତୁତ ହେଉଥିଲା । ଏବେ ଆଉ ଦୁଇଟି ଆହାର କେନ୍ଦ୍ରରେ ଦୈନିକ ୪୦୦ ଲେଖାଏଁ ରାତ୍ରିଭୋଜନ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ହୋଇଛି । ତେଣୁ ଏବେ ଦୈନିକ ମିଲ୍ସ ସଂଖ୍ୟା ୯ ହଜାରୁ ୧୦ ହଜାରରେ ପହଞ୍ଚିଛି ।

Middle post content

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ହେବ ସ୍ୱତନ୍ତ୍ର ଆହାର କେନ୍ଦ୍ର

After 2nd paragraph post ads

ବରମୁଣ୍ଡା ଆନ୍ତଃ ରାଜ୍ୟ ବସଷ୍ଟାଣ୍ଡ(ଆଇଏସ୍‌ବିଟି) ନିକଟରେ ଏକ ସ୍ୱତନ୍ତ୍ର ଆହାର କେନ୍ଦ୍ର ଖୋଲିବା ଯୋଜନା ହୋଇଛି । ଏହାକୁ ଶୀତତାପ ନିୟନ୍ତ୍ରିତ କରାଯିବ । ଦୈନିକ ଏଠାରେ ୨ ହଜାରରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବାକୁ ଯୋଜନା ରହିଥିବା ସୂଚନା ଦେଇଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, କର୍ପୋରେଟର ରଶ୍ମୀ ରଞ୍ଜନ ପାଟ୍ଟଶାଣୀ ଓ ଡେପୁଟି କମିସନର ପ୍ରିୟଙ୍କା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami