ମାଆର ମଜା କଥାରେ କୋମାରୁ ଉଠିଲେ ଝିଅ

Above Post Content

 

ନ୍ୟୁୟର୍କ: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ଧରି କୋମାରେ ରହିଥିଲେ ମହିଳା । କେବେ ସୁସ୍ଥ ହେବେ ସେନେଇ ପରିବାର ଲୋକ ଆଶା ବି ଛାଡ଼ିଦେଇଥିଲେ । ହେଲେ ଘଟିଲା ଚମତ୍କାର । ହେଲେ ମାଆର ହସ କଥା ଶୁଣି କୋମାରୁ ଉଠିଲେ ମହିଳା । ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଘଟଣାଟି ସତ । ଆମେରିକାରେ ରହୁଥିବା ଜେନିଫର୍ ଫ୍ଲେୱେଲେନଙ୍କ ସହିତ ଘଟିଛି ଏହି ଘଟଣା ।

After 2nd paragraph post ads
Middle post content

୫ ବର୍ଷ ଧରି କୋମାରେ ଥିଲେ ମହିଳା

ଆମେରିକାରେ ରୁହନ୍ତି ୪୧ ବର୍ଷିୟା ମହିଳା ଜେନିଫର । ୫ ବର୍ଷ ପୂର୍ବେ ଜେନିଫର ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଦୁଃଖର ବିଷୟ ସେ କୋମାକୁ ଚାଲିଯାଇଥିଲେ । ଦୀର୍ଘ ୫ ବର୍ଷ ଧରି କୋମାରେ ରହିଲେ ଜେନିଫର । ଦିନେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା ବେଳେ ସେ ସମୟରେ ତାଙ୍କ ମା ପିଲାମାନଙ୍କ ସହ ସେଠାକୁ ଆସି ଥଟ୍ଟା କରି ଜୀବନରେ ଘଟିଥିବା ସମସ୍ତ ଘଟଣା କହିଥଲେ । ଏହା ଶୁଣିବା ପରେ ଜେନିଫର ହଠାତ୍ ଉଠି ପଡ଼ିଥିଲେ । ଜେନିଫରଙ୍କ ମାଙ୍କ ବୟସ ୬୦ ବର୍ଷ । ସେ କୁହନ୍ତି ‘ସେ ଉଠିଲା କିନ୍ତୁ ସଂପୂର୍ଣ୍ଣ ନୁହେଁ । ସେ କିଛି କହିବାକୁ ସକ୍ଷମ ନ ଥିଲେ କିନ୍ତୁ ମୁଣ୍ଡ ନୁଆଁଇଥିଲେ । ଆରମ୍ଭରେ ସେ ବହୁତ ଶୋଇଥିଲେ, କିନ୍ତୁ ତା’ପରେ ସେ ଅଧିକ ଜାଗ୍ରତ ହେବାକୁ ଲାଗିଲେ । ମିଚିଗାନର ମେରି ଫ୍ରି ବେଡ୍ ହସପିଟାଲର ଡାକ୍ତର ରାଲ୍ଫ ୱାଙ୍ଗ କୁହନ୍ତି, ‘ଏହା ବହୁତ କ୍ୱଚିତ୍ । କେବଳ ଉଠିବା ନୁହେଁ ବରଂ ସୁସ୍ଥ ଶୀଘ୍ର ହୋଇଛନ୍ତି । ଏହା କେବଳ ୧ରୁ ୨ପ୍ରତିଶତ ରୋଗୀଙ୍କ ସହିତ ହୋଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami