ଏକାମ୍ର ରାଜନୀତି: ପ୍ରଚାର ଆରମ୍ଭ କଲେ ଅଶୋକ

Above Post Content

ଭୁବନେଶ୍ୱର: ବିଜେଡି ଟିକେଟ୍ ଘୋଷଣା କରିବା ପରେ ବିଧିବଦ୍ଧ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଏକାମ୍ର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା । ପ୍ରଚାରକୁ ଯିବା ପୂର୍ବରୁ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବାକୁ ଉଦ୍ୟମ କରିଛନ୍ତି ସେ । ସାଇମନ୍ଦିର ଛକ ନିକଟସ୍ଥ ଏକ ମଣ୍ଡପରେ ବିଜେଡିର ସମସ୍ତ ସାଙ୍ଗଠନିକ ପଦପଦବିରେ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ନିର୍ବାଚନ ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତ କରିଛନ୍ତି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଯୋଡ଼ିଏ ଶଙ୍ଖରେ ଭୋଟ୍ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

Middle post content

ଦଳର ସ୍ଥିତି ସମ୍ପର୍କରେ କରିଥିଲେ ଆଲୋଚନା

After 2nd paragraph post ads

ପ୍ରଥମେ ସାଙ୍ଗଠନିକ ବୈଠକ ବସିଥିଲା । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବ ସଭାପତି ସମରେଶ ବେଉରା, ଏକାମ୍ର ମହିଳା ସଭାନେତ୍ରୀ ମହାମାୟା ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅଜିତ ବେହେରା, କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହାବ୍ୟତୀତ ଏକାମ୍ର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ୨୨ ଜଣ କପୋର୍ରେଟର, ୫ ଜଣ ସରପଞ୍ଚ ଓ ସମିତି ସଭ୍ୟ, ଜିଲ୍ଲା ପରିଷଦ, ପୂର୍ବତନ କର୍ପୋରେଟର, ବରିଷ୍ଠ ବିଜେଡି ନେତା, ଯୁବ, ଛାତ୍ର ଓ ମହିଳା ସଙ୍ଗଠନର ପଦାଧିକାରୀ ଯୋଗଦେଇଥିଲେ । ବୈଠକରେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତରେ ଦଳର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । କେଉଁ ୱାର୍ଡରେ ଦଳ ସପକ୍ଷରେ କେତେ ଭୋଟ୍ ରହିଛି, କେଉଁଠି ଭଲ ଓ ଖରାପ ସ୍ଥିତି ରହିଛି, ତା’ଉପରେ ମାନସ ମନ୍ଥନ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami