ମଦ ପିଇ ଉତ୍ପାତ କଲେ ଉଠାଇ ନେବ ପୋଲିସ

Above Post Content

ଭୁବନେଶ୍ୱର : କମିଶନରେଟ ପୋଲିସର ଦୀପାବଳି ପ୍ରସ୍ତୁତି । ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜଧାନୀରେ ସାଦା ପୋଷାକରେ ବୁଲୁଛି ପୋଲିସ । ବିଭିନ୍ନ ସ୍ଥାନରେ କଡାକଡି ହେବ ମଦୁଆ ଧରା ଅଭିଯାନ । ଯଦି କେହି ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ପ୍ରତ୍ୟେକ ଗଳିକନ୍ଦିରେ ପାଟ୍ରୋଲିଂ କରିବ ପୋଲିସ । ରାତିରେ ସହରର ବିଭିନ୍ନ ସ୍ଥାନରେ ଚେକିଂ, ବ୍ଲକିଂ କରାଯିବ । ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଛି ସ୍ପେଶାଲ ଟିମ୍ । କୌଣସି ଦୁର୍ଘଟଣାକୁ ଆଶଙ୍କା କରି ଅଗ୍ନିଶମ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ପୋଲିସ ଆଲୋଚନା କରିଛି । ଆଲୋକର ପର୍ବ ଖୁସି ଆଣୁ, କିନ୍ତୁ କାହାକୁ ଦୁଃଖ ନଦେଉ । ସମସ୍ତେ ଭଲରେ ଭଲରେ ଦୀପାବଳି ପାଳନ କରନ୍ତୁ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami