ସକ୍ରିୟ ହୋଇପାରୁନି ମୌସୁମୀ

Above Post Content

ଭୁବନେଶ୍ୱର : ସକ୍ରିୟ ହେବାର ନାଁ ନେଉନାହିଁ ମୌସୁମୀ ବାୟୁ୪ ଦିନ ତଳେ ଓଡ଼ିଶା ଛୁଇଁଥିବା ମୌସୁମୀ ବାୟୁ ମାଲକାନଗିରିରେ ଅଟକି ରହିଛି । ସେପଟେ ମୌସୁମୀ ବାୟୁ ଆଗକୁ ବଢ଼ିବାରେ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ବେଳେ କାଲିଠାରୁ ବର୍ଷାର ପରିଣାମ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
୪ ଦିନ ପୂର୍ବରୁ ମାଲକାନଗିରିକୁ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଶା କରାଯାଉଥିଲା , ଏଥର ସାରା ରାଜ୍ୟରେ ଆଗୁଆ ମୌସୁମୀ ବର୍ଷା ହେବ । ମାତ୍ର ଦିନ ଗଡ଼ି ଗଡ଼ି ଚାଲିଥିଲେ ମଧ୍ୟ ବର୍ଷାର ଦେଖାମିଳୁନାହିଁ , ଅନ୍ୟପଟେ ମାଲକାନଗିରିକୁ ଛାଡ଼ି କୌଣସି ଅଂଚଳରେ ସକ୍ରିୟ ହୋଇପାରୁନି ମୌସୁମୀ । ଏପଟେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରୁଛି ।
ଚଳିତ ଥର ଗୋଟିଏ ସ୍ଥାନରେ ମୌସୁମୀ ବାୟୁ ଦୀର୍ଘ ସମୟ ସ୍ଥିର ରହିବା ଯୋଗୁଁ ଅସ୍ୱାଭାବିକ ଜଳବାୟୁ ସ୍ଥିତି ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରଭାବ ଜାରି ରହିଛି, ଉଷ୍ମ ଆର୍ଦ୍ର ସ୍ଥିତି ଲାଗି ରହିଛି । ରାତିରେ ମଧ୍ୟ ଗରମ ହେଉଛି । ଏପଟେ ୧୯ ତାରିଖ ଯାଏଁ ଗରମ ଓ ଆଉ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରାଯାଇଥିଲେ ମଧ୍ୟ,ଏଥିରେ ବିଳମ୍ବ ହେଉଥିବାରୁ ଚାଷୀକୂଳ ମଧ୍ୟ ଚିନ୍ତାରେ ପଡିଲେଣି ।
କେତେକ ଆଭ୍ୟନ୍ତରୀଣ ଅଞ୍ଚଳ ସହ ଉପକୂଳରେ ସର୍ବାଧିକ ଗୁଳୁଗୁଳି ଅନୁଭୂତ ହୋଇଛି । ଗତକାଲି ବାରିପଦାରେ ୪୩.୮ ଡିଗ୍ରି ତାପମାତ୍ରାରେ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି । ଏହା ସହ ୯ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧରେ ୪୨, ଭୁବନେଶ୍ୱରରେ ୪୦.୮, ନୟାଗଡ଼ରେ ଓ ପାରଳାଖେମୁଣ୍ଡିରେ ୪୦.୭, ଖୋର୍ଦ୍ଧାରେ ୪୦.୫, ଜଗତସିଂହପୁରରେ ୪୦.୩, ବାରିପଦାରେ ୪୦.୨ ଓ ଅନୁଗୁଳୁରେ ତାପମାତ୍ରା ୪୦.୧ ଡିଗ୍ରି ରେକର୍ଡ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami