ନାକରୁ ବାହାରିଲା ୧୫୦ରୁ ଊର୍ଦ୍ଧ୍ୱ ଜୀବନ୍ତ ପୋକ

Above Post Content

ନ୍ୟୁୟର୍କ: ଦାନ୍ତରେ ପୋକ ଏବଂ କାନରୁ ପୋକ ବାହାରିବା ସାଧାରଣ ଘଟଣା । ଏମିତି ଆପଣ ଅନେକ ବାର ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବୁ ଯାହା ଜାଣିଲେ ଆପଣ ହୋଇଯିବେ ତାଜୁବ୍ । ଏମିତି ଗୋଟିଏ ଘୃଣ୍ୟ ଏବଂ ବିପଜ୍ଜନକ ସଂକ୍ରମଣର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି । ଖାଲି ସଂକ୍ରମଣର ଶିକାର ହୋଇନାହାନ୍ତି ତ ପ୍ରଚୁର ରକ୍ତସ୍ରାବର ବି ଶିକାର ହୋଇଛନ୍ତି । ଆମେରିକାର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ନାକରୁ ୧୫୦ରୁ ଅଧିକ ଜୀବନ୍ତ ପୋକ ବାହାର କରିଛନ୍ତି । ଯାହା ତାଙ୍କ ଶରୀରରେ ରହି ସେହି ବ୍ୟକ୍ତିଙ୍କ ମାଂସ ଖାଇ ଜୀବନ୍ତ ଥିଲେ ।

ରୋଗୀଙ୍କୁ ଦେଖି ଡାକ୍ତର ତାଜୁବ

After 2nd paragraph post ads
Middle post content

ଆମେରିକା ଫ୍ଲୋରିଡା ସହରରେ ଏହି ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଏଚସିଏ ଫ୍ଲୋରିଡା ମେମୋରିଆଲ ହସ୍ପିଟାଲରେ ପହଞ୍ଚି ନାକରେ ଯନ୍ତ୍ରଣା ରକ୍ତସ୍ରାବ ହେଉଥିବା କହିଥିଲେ । ଯେତେବେଳେ ଡାକ୍ତର ଡେଭିଡ କାର୍ଲସନ ତାଙ୍କୁ ପରୀକ୍ଷା କଲେ । ତାଙ୍କ ନାକ ଭିତର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଦେଖିଥିଲେ ଯେ ବ୍ୟକ୍ତିଙ୍କ ନାକରେ କିଛି ପୋକ ରହିଛନ୍ତି, ଆଉ ସଂକ୍ରମଣ ବ୍ୟାପିଛି । ଏହି କୀଟ ସବୁ ବ୍ୟକ୍ତିଙ୍କ ଶରୀରରୁ ମାଂସ ଭିତରୁ ଖାଇ ବଞ୍ଚିଥିଲେ । ଆଉ ଧୀରେ ଧୀରେ ଉପରକୁ ଉଠିବାରୁ ନାକ ଭିତରେ ରହିଯାଇଥିଲେ । ଯେତେବେଳେ ଯନ୍ତ୍ରଣା ବଢିଥିଲା ସେତେବେଳେ ଅନ୍ୟ ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ଡାକ୍ତରଙ୍କ ନିକଟକୁ ଯାଇଥିଲେ ।

ଏପରି କୀଟ ନଷ୍ଟ କରିଦିଅନ୍ତି ଆଖି

ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ଯେତେବେଳେ ରୋଗୀ ଆମ ପାଖରେ ପହଞ୍ଚିଥିଲେ । ତାଙ୍କ ମୁହଁଟି ବହୁତ ଫୁଲିବା ଭଳି ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ଡାକ୍ତରମାନେ ସବୁକିଛି ବୁଝିଯାଇଥିଲେ । ସେମାନଙ୍କର ଭୟ ଥିଲା ଯେ ବ୍ୟକ୍ତିଙ୍କ ନାକରେ ଥିବା କୀଟଗୁଡ଼ିକ ତାଙ୍କ ଆଖିରେ ପହଞ୍ଚି ତାଙ୍କ ଦୃଷ୍ଟିଶକ୍ତି ନଷ୍ଟ କରିପାରନ୍ତି । ବେଳେବେଳେ ଏହି କାରଣରୁ ରୋଗୀର ବି ମୃତ୍ୟୁ ହୋଇପାରେ । ସଂଗେ ସଂଗେ ଅପରେସନ୍ ହୋଇଥିଲା ବ୍ୟକ୍ତିଙ୍କର । ଡାକ୍ତରମାନେ ସେହି ବ୍ୟକ୍ତିଙ୍କ ନାକରୁ ୧୫୦ ଜୀବନ୍ତ କୀଟ କାଢିଥିଲେ । ଏପରି ରୋଗ କ୍ୱଚିତ୍ ଦେଖାଯାଏ ବୋଲି କହିଛନ୍ତି ଡ଼ାକ୍ତର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami