ବିରୋଧୀଙ୍କୁ ଟକ୍କର ଦେବେ ମୋକିମଙ୍କ ଝିଅ!

Above Post Content

କଟକ:ବାପାଙ୍କ ବଦଳରେ ମଇଦାନକୁ ଓହ୍ଲାଇବେ ଝିଅ । ବିରୋଧୀଙ୍କୁ ବି ଟକ୍କର ଦେବେ । ଏପରି ଚର୍ଚ୍ଚା ଚାଲିଛି କଟକ ସହରରେ । ଏବେ ବାରବାଟୀ -କଟକ ଆସନକୁ ନେଇ ସମସ୍ତଙ୍କ ନଜର । କାରଣ ମଦମ୍ମଦ ମୋକିମଙ୍କ ପ୍ରାର୍ଥୀତ୍ୱ ଏବେ ଝୁଲୁଛି କୋର୍ଟ ଉପରେ । ଆଉ ଯଦି କିଛି ଏପଟେ ସେପଟେ ହୁଏ ତାହାହେଲେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଛି ।

ଚର୍ଚ୍ଚାରେ କଟକ-ବାରବାଟୀ ଆସନ

After 2nd paragraph post ads

ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି । କାହାର ଟିକେଟ୍ କଟିବ କାହାର ରହିବ ଏନେଇ ନେତାଙ୍କ ଛାତି ଧରପଗଡ ହେଉଛି । ଏଥର ବାରବାଟୀ-କଟକ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମଇଦାନରେ ଏବେ କେବଳ ଜଣେ ପ୍ରାର୍ଥୀ ଅଛନ୍ତି । ସେ ହେଉଛନ୍ତି ବିଜେଡିର ପ୍ରାର୍ଥୀ ପ୍ରଶାନ୍ତ ବେହେରା । ଭାଜପା ଅରିନ୍ଦମ ରଏଙ୍କୁ ଟିକେଟ୍ ଦେବ କି ନାହିଁ ଛକାପଞ୍ଝାରେ ରହିଛି । ହେଲେ ଏହାରି ଭିତରେ କଂଗ୍ରେସ ଟିକେ ଅସୁବିଧାରେ ପଡିଛି । ମଦମ୍ମଦ ମୋକିମଙ୍କ ପ୍ରାର୍ଥୀତ୍ୱ ଏବେ ଝୁଲୁଛି କୋର୍ଟ ଉପରେ । ଯଦି କିଛି ଏପଟେ ସେପଟେ ହୁଏ ତାହାହେଲେ ମୋକିମଙ୍କ ଝିଅ ସୋଫିଆ ମଇଦାନକୁ ଓହ୍ଲାଇ ପାରନ୍ତି ।

Middle post content

ନୂଆ ଚେହେରା ଉପରେ ଭରସା କରିପାରେ କଂଗ୍ରେସ

ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସକୁ ନେଇ ନୂଆ ସ୍ଥିତି ଦେଖିବାକୁ ମିଳିପାରେ । ବିଜେଡିରୁ ପ୍ରକାଶ ବେହେରା ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭାଜପାର ଘୋଷଣା ବାକି ଅଛି । ଏଭଳି ସ୍ଥିତିରେ କଂଗ୍ରେସ ଏକ ନୂଆ ଚେହେରାକୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସେ ହେଉଛନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ । ସୋଫିଆ  Metro graden Estate ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର । ଏଥିସହ କ୍ରେଡ଼ାଇ ଭୁବନେଶରର ସଭାପତି । ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ଏହି ମହିଳା ଏବେ କଟକ ବାରବାଟୀ ଆସନକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ନିର୍ବାଚନ ଲଢିବା ନେଇ ଅଡ଼ୁଆରେ ମୋକିମ

ନିର୍ବାଚନ ଲଢ଼ିବା ନେଇ ଏବେ ଅଡୁଆରେ ପଡ଼ିଛନ୍ତି ମୋକିମ । ଭିଜିଲାନ୍ସ ଦୁର୍ନୀତି ମାମଲାରେ ହାଇକୋର୍ଟ ତାଙ୍କୁ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି । ମୋକିମ, ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଯଦି ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ନ ଦିଅନ୍ତି ତେବେ ନିର୍ବାଚନ ଲଢି ପାରିବେନି ମୋକିମ । ଯଦି ଏହି ପରିସ୍ଥିତି ଲାଗି ରୁହେ ଏବଂ କୋର୍ଟଙ୍କ ତରଫରୁ ଆଶ୍ୱସ୍ତି ନ ମିଳେ ତେବେ କଟକ ବାରବାଟୀ ଆସନରୁ କଂଗ୍ରେସରୁ ମଇଦାନକୁ ଓହ୍ଲାଇ ପାରନ୍ତି ସୋଫିଆ । ବାରବାଟୀ-କଟକ ଏଥର ରୋଚକ ଲଢେଇ ଦେଖିବ ବୋଲି ଚର୍ଚ୍ଚା ହେଉଛି । କହିରଖୁଛୁ କି, ଏହି ଆସନରୁ ୨୦୧୯ରେ ମୋକିମ ୫୦ହଜାର ଭୋଟ ପାଇ ବିଜୟୀ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami