ଟ୍ରେନରେ କଲେ ବିବାହ, ସାଥୀରେ ବି ଥିଲେ ବରଯାତ୍ରୀ

Above Post Content

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏଥିସହିତ କିଛି ଲୋକ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଏହିକ୍ରମରେ ଏକ ପ୍ରେମୀଯୁଗଳ ଚଳନ୍ତା ଟ୍ରେନ୍ ଭିତରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି,ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଟ୍ରେନରେ କରିଥିଲେ ଭୋଜିର ଆୟୋଜନ

After 2nd paragraph post ads

୩୮ ବର୍ଷୀୟା ଲେୟା ଏବଂ ୩୯ ବର୍ଷୀୟ ଭିନ୍ସ । ଉଭୟ ଉଭୟଙ୍କୁ ଖୁବ୍ ଭଲପାଆନ୍ତି । ସେମାନେ ସେମାନଙ୍କ ବିବାହକୁ ସ୍ମରଣୀୟ କରି ରଖିବା ପାଇଁ ଚିନ୍ତା କରିଥିଲେ । ପରେ ସେମାନେ ଗ୍ରେଟ୍ ୱେଷ୍ଟର୍ଣ୍ଣ ରେଲୱେରେ ବିବାହ କରିବାକୁ ଠିକ୍ କରିଲେ । ସମସ୍ତଙ୍କୁ ଅତିଥିଙ୍କୁ ନିମନ୍ତ୍ରଣ କଲେ । ଭୋଜିର ଆୟୋଜନ ବି କରାଗଲା । ଘଣ୍ଟା ପ୍ରତି ୧୨୫ କିଲୋମିଟର ବେଗରେ ଚାଲୁଥିବା ଟ୍ରେନ୍‌ରେ ବର ଏବଂ କନ୍ୟା ବିବାହ କରିଲେ । ଲେୟା କହିଛନ୍ତି ଯେ, ଟ୍ରେନ୍ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ଦୁହେଁ ଟ୍ରେନ୍‌ରେ ଭେଟିଥିଲେ ଏବଂ ୮ ବର୍ଷ ପୂର୍ବେ ଟ୍ରେନ୍‌ରେ ସେମାନଙ୍କର ଡେଟ୍ ହୋଇଥିଲା । ଏପରି ପରିସ୍ଥିତିରେ ଏହାକୁ ସ୍ମରଣୀୟ କରିବା ପାଇଁ ସେ ନିଜେ ଟ୍ରେନରେ ବିବାହ କରିବାକୁ ଚାହୁଁଥିଲେ ଏବଂ ତାହା ମଧ୍ୟ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami