ବିଜେଡିରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର

Above Post Content

ଭୁବନେଶ୍ୱର : ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବିଜେପି ଛାଡ଼ିଥିବା ଲେଖାଶ୍ରୀ । ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଲେଖାଶ୍ରୀଙ୍କୁ ବିଜେଡିକୁ ସ୍ୱାଗତ କରାଯାଇଥିଲା ।

Middle post content

ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି

After 2nd paragraph post ads

ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ ଯେ, ଲେଖାଶ୍ରୀଙ୍କ ଯୋଗଦାନ ଦ୍ୱାରା ଦଳ ଆହୁରି ସୁସଂଗଠିତ ହେବ ବୋଲି ଆଶା । ସେ ରାଜ୍ୟ ରାଜନୀତିର ଜଣେ ପରିଚିତ ନାଁ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଅନ୍ୟପଟେ ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବସ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା, ତାହା ବିଜେପି ପୂରଣ କରିବାକୁ ଦେଲାନି । ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱ ମୋ ଉପରେ ଭରସା କଲେନି । ମୋ ପାଇଁ ବିଜେପିରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢ଼ିବା ପାଇଁ ବିଜେଡିରେ ସାମିଲ ହେଲି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା । ଏପରିକି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ଲେଖାଶ୍ରୀ । କହିଛନ୍ତି, ବିଜେଡିରେ ‘ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି । ଦଳ ମୋତେ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହ ତାହା ପାଳନ କରିବି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami