ଏମିତି ହୋଟେଲ, ଯାହା ଲୁଣରେ ହୋଇଛି ତିଆରି

Above Post Content

ବିଶ୍ୱରେ ଅନେକ ଅଜବ ହୋଟେଲ୍ ଓ ବିଲ୍ଡିଂ ରହିଛି । ହେଲେ ଦକ୍ଷିଣ ଆମେରିକାର ଏଣ୍ଡିଜ୍ ପର୍ବତରେ ବିଶ୍ୱର ସବୁଠୁ ଭିନ୍ନ ତଥା ଅଜବ ହୋଟେଲ୍ ରହିଛି । ଏହି ହୋଟେଲ୍‌ର ବିଶେଷତା ହେଉଛି ଏହା ଲୁଣରେ ନିର୍ମିତ । ଏହି ହୋଟେଲ୍‌ଟି ପୃଥିବୀର ସବୁଠୁ ବଡ଼ ଲୁଣ ମଇଦାନରେ ନିର୍ମାଣ କରାଯାଇଛି । କେବଳ ଘର ନୁହେଁ, ବରଂ ଫର୍ଣ୍ଣିଚର, କାନ୍ଥ, ଚଟାଣ, ମୂର୍ତ୍ତି, କବାଟ ଆଦି ସମସ୍ତ ସାମଗ୍ରୀ ଲୁଣରେ ପ୍ରସ୍ତୁତ କରାଯାଇଛି । ଏମିତିକି ଏଠାରେ ଖାଦ୍ୟ ମଧ୍ୟ କେବଳ ଲୁଣର ହିଁ ମିଳିଥାଏ ।

ସମୁଦ୍ରପତନରୁ ୧୨ ହଜାର ଫୁଟ ଉଚ୍ଚରେ ରହିଛି ହୋଟେଲ

After 2nd paragraph post ads
Middle post content

ବୋଲିଭିଆର ସାଲାର ଦି ୟୁଆନିରେ ଏହି ହୋଟେଲ ରହିଥିବାବେଳେ ସମୁଦ୍ରପତନରୁ ଏହା ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ଏଠାରେ ଯୁଆଡ଼େ ବି ଦେଖିଲେ ତୁଷାର ପଡ଼ିଥିବା ନଜର ଆସିବ । ହେଲେ ତାହା ପ୍ରକୃତରେ ତୁଷାର ନୁହେଁ,ତାହା ହେଉଛି ଲୁଣ । ଏହି ହୋଟେଲ୍‌ର ନାଁ ହେଉଛି ସାଲାର୍ ଦି ସାଲ୍‌, ଯାହାର ଅର୍ଥ ହେଉଛି ଲୁଣର ମହଲ । ସାଲାର ଦି ୟୁଆନିର ଏହି ଅଞ୍ଚଳଟି ୪ ହଜାର ସ୍କୋୟାର ମାଇଲ୍‌ରେ ନିର୍ମିତ ଥିବାବେଳେ ଏହା ଲୁଣରେ ପରିପୂର୍ଣ୍ଣ । ତେଣୁ ଏହି ସ୍ଥାନଟିକୁ ଲୁଣର ମରୁଭୂମି କହିଲେ ଅତ୍ୟୁକ୍ତି ହେବନାହିଁ ।

ନିର୍ମାଣ କରିବାକୁ ଲାଗିଥିଲା ଦୁଇବର୍ଷ ସମୟ

ହୋଟେଲ୍‌ରେ କିଛି ରୁମ୍‌ର ଚଟାଣକୁ ଲୁଣର ଚାଦରରେ ଢଙ୍କାଯାଇଛି । ଏହାସହିତ ରେସ୍ତୋରାଁରେ ଅତିଥିଙ୍କ ପାଇଁ କେବଳ ଲୁଣିଆ ବ୍ୟଞ୍ଜନ ମିଳିଥାଏ । ଏହି ହୋଟେଲ୍‌କୁ ନିର୍ମାଣ କରିବାରେ ୩୫ ସେମି ଲୁଣଦାନାରେ ନିର୍ମିତ ପ୍ରାୟ ୧୦ ଲକ୍ଷ ବ୍ଲକ୍‌ର ବ୍ୟବହାର କରାଯାଇଛି । ୧୯୯୮ ମସିହାରେ ହୋଟେଲିଅର୍ ଜୁଆନ୍ କ୍ୱେସାଦା ବାଲଦାଙ୍କ ମାର୍ଗଦର୍ଶନରେ ଏହି ସଲ୍ଟ ହୋଟେଲ୍‌କୁ ନିର୍ମାଣ କରାଯାଇଥିବାବେଳେ ବର୍ତ୍ତମାନ ତାଙ୍କ ଝିଅ ଲୁସିଆ କ୍ୱେସାଦା ଏହି ହୋଟେଲ୍‌ର ପରିଚାଳନା ଦାୟିତ୍ୱରେ ଅଛନ୍ତି । ୧୦ ହଜାର ଟନ୍ ଓଜନ ବିଶିଷ୍ଟ ଏହି ବିଲଡିଂକୁ ନିର୍ମାଣ କରିବାରେ ସେତେବେଳେ ଦୁଇବର୍ଷର ସମୟ ଲାଗିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami