ଭୋଟ ଦେଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

Above Post Content

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ନିର୍ବାଚନ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ନାଗାଲାଣ୍ଡରେ ୬ ପୂର୍ବ ଜିଲାରୁ ୪ ଲକ୍ଷ ମତଦାତା ଭୋଟ ଦେବାକୁ ଆସି ନ ଥିଲେ । ଯାହାପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ନିର୍ବାଚନ କମିଶନରଙ୍କ ବ୍ୟତୀତ ବିଭିନ୍ନ ମହଲରୁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରାଯାଇଛି । ତେବେ ଭୋଟ ଦେବାକୁ ଆସିବା ପାଇଁ ଲୋକଙ୍କୁ ମନେଇବା ପାଇଁ କେତେକ ହୋଟେଲ ବମ୍ପର ଅଫର ଘୋଷଣା କରିଛନ୍ତି । ତାହା ହେଉଛି, ସେହି ହୋଟେଲରେ ଖାଦ୍ୟ ୫୦ ପ୍ରତିଶତ ଡିସକାଉଣ୍ଟରେ ମିଳିବ ।

Middle post content

ଗାଡ଼ିଭଡ଼ାରେ ମିଳିବ ୫୦ ପ୍ରତିଶତ ରିହାତି

After 2nd paragraph post ads

ନୋଏଡା ଗ୍ରେଟର ଅଞ୍ଚଳରେ କେତେକ ହୋଟେଲ ବମ୍ପର ଅଫର ଦେଉଛନ୍ତି । ଭୋଟର ଭୋଟ ଦେଇଥିବାର ପ୍ରମାଣ ଦେଖାଇଲେ ନ୍ୟାଶନାଲ ରେଷ୍ଟୁରାଣ୍ଟ ଅଥରିଟି ଅଫ ଇଣ୍ଡିଆ ୨୦ ପ୍ରତିଶତ ଡିସକାଉଣ୍ଟ ଦେବ । ସେହିପରି ଏହି ଅଞ୍ଚଳର ୫୦ରୁ ଅଧିକ ହୋଟେଲ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୨୭ ପର୍ଯ୍ୟନ୍ତ ଏହି ଅଫର ରହିଛି । ସେହିପରି ବେଙ୍ଗାଲୁରୁରେ ଭୋଟ ଦେବା ପ୍ରମାଣ କଲେ ବର୍ଗର ଓ ମିଲ୍କସେକ୍‌ରେ ଡିସକାଉଣ୍ଟ ମିଳିବା ସହ ଫ୍ରିରେ ମଦ ମଧ୍ୟ ମିଳିବ । ଏହି କ୍ରମରେ ବେଙ୍ଗାଲୁରୁ ଓ ଦିଲ୍ଲୀ ଏନସିଆରର ୩୦ କିମି ପରସୀମା ଭିତରେ ଯାତ୍ରୀଙ୍କୁ ୫୦ ପ୍ରତିଶତ ଡିସକାଉଣ୍ଟରେ ଯାତାୟତ କରି ପାରବାର ସୁବିଧା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami