କଣ ପାଇଁ ବନ୍ଦ ହେଉଛି ଚୀନର ଡାକ୍ତରଖାନାରେ ଡେଲିଭରି ୱାର୍ଡ୍ ?

Above Post Content

ପ୍ରତିଦିନ ଚୀନରୁ ନୂଆ ରୋଗ ବିଷୟରେ ଖବର ସାମ୍ନାକୁ ଆସେ । କୋଭିଡ୍ ମହାମାରୀ, ଫ୍ଲୁ ଓ ନିମୋନିଆ ଠାରୁ ଆରମ୍ଭ କରି ଚୀନ୍ ଅନେକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି କିନ୍ତୁ ଏଥର ଏହି ଦେଶରେ ଏକ ନୂଆ ସଙ୍କଟ ଗଭୀର ହେବାରେ ଲାଗିଛି । ଚୀନର ଅନେକ ହସ୍ପିଟାଲରେ ଚଳିତ ବର୍ଷ ନବଜାତ ଶିଶୁ ପ୍ରସବ ବନ୍ଦ ରହିଛି ବୋଲି ଡେଲି ଇକୋନୋମିକ୍ ନ୍ୟୁଜ୍ ରିପୋର୍ଟ କରିଛି । ଡାକ୍ତରଖାନାର ପ୍ରସୂତି ଓ ଶିଶୁ ୱାର୍ଡକୁ ବନ୍ଦ କରାଯାଉଛି । ଚୀନର ପୂର୍ବ ଜେଜିଆଙ୍ଗ ଏବଂ ଦକ୍ଷିଣ ଜିଆଙ୍ଗସି ସମେତ ବିଭିନ୍ନ ପ୍ରଦେଶର ଡାକ୍ତରଖାନାଗୁଡିକ ସେମାନଙ୍କର ପ୍ରସୂତି ବିଭାଗକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

ହ୍ରାସ ପାଇଛି ଚୀନର ଜନସଂଖ୍ୟା

After 2nd paragraph post ads

ଅତୀତରେ ଅନେକ ହସ୍ପିଟାଲ ସେମାନଙ୍କ ଶିଶୁ ଓ ପ୍ରସୂତି ୱାର୍ଡକୁ ମଧ୍ୟ ବନ୍ଦ କରି ଦେଇଛନ୍ତି । ଚୀନରେ ପିଲାଙ୍କ ଜନ୍ମ ହାରରେ ବ୍ୟାପକ ହ୍ରାସ ଘଟିଥିବାରୁ ଏହା ଘଟୁଛି । ସନ୍ତାନ ପାଇଁ ଯୋଜନା କରୁଥିବା ଦମ୍ପତିଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଏହି କାରଣରୁ ୨୦୨୩ ପରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଚୀନର ଜନସଂଖ୍ୟା ହ୍ରାସ ପାଇଛି । ଏହାର ମୁଖ୍ୟ କାରଣ ହେଉଛି କୋଭିଡ୍ ମହାମାରୀ ସମୟରେ ଜନ୍ମ ହାର ଓ ମୃତ୍ୟୁ ହାରରେ ରେକର୍ଡ ହ୍ରାସ । ଚାଇନାରେ ଶିଶୁ ଜନ୍ମ ହାର ହ୍ରାସ ପାଇବା କାରଣରୁ ପ୍ରସୂତି ଚିକିତ୍ସାଳୟ ସଂଖ୍ୟା ୨୦୨୦ରେ ୮୦୭ଥିବାବେଳେ ୨୦୨୧ରେ ଏହା ୭୯୩କୁ ହ୍ରାସ ପାଇଛି । ଏହି ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଆଗାମୀ କିଛି ମାସ ମଧ୍ୟରେ ଆହୁରି ଅନେକ ହସ୍ପିଟାଲ ଡେଲିଭରି ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି ।

Middle post content

ଶିଶୁ ୱାର୍ଡ କାହିଁକି ବନ୍ଦ ହେଉଛି?

ଚୀନର ସ୍ଥାନୀୟ ଗଣମାଧ୍ୟମ କହିଛି ଯେ, ନବଜାତ ଶିଶୁଙ୍କ ଜନ୍ମ ହାର କ୍ରମାଗତ ଭାବରେ ହ୍ରାସ ପାଉଛି । ପୂର୍ବ ତୁଳନାରେ କମ୍ ମହିଳା ସନ୍ତାନ ପ୍ରସବ ପାଇଁ ଡାକ୍ତରଖାନାକୁ ଆସୁଛନ୍ତି । ଡାକ୍ତରଖାନାଗୁଡ଼ିକ ପ୍ରସବ ଅଭାବରୁ ଖର୍ଚ୍ଚ ଭରଣା କରି ପାରୁନାହାନ୍ତି । ଏଭଳି ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ପ୍ରସୂତି ବିଭାଗର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜନ୍ମ ହାର ହ୍ରାସ କାହିଁକି?

ଚାଇନାରେ ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି । ଶିଶୁ ଯତ୍ନରେ ଅଧିକ ଖର୍ଚ୍ଚ ହେତୁ ଅନେକ ଦମ୍ପତି ପିଲାଙ୍କ ପାଇଁ ଯୋଜନା କରୁନାହାଁନ୍ତି । ଏହାବ୍ୟତୀତ ବିବାହ କରିବାକୁ ଅନିଚ୍ଛା ଏବଂ କ୍ୟାରିୟର କାରଣରୁ ସନ୍ତାନ ନ ହେବାର ବିକଳ୍ପ ବାଛିବା କାରଣରୁ ମଧ୍ୟ ଶିଶୁ ଜନ୍ମହାର ହ୍ରାସ ପାଉଛି । ମାତୃତ୍ୱ ଛୁଟି ବୃଦ୍ଧି, ସନ୍ତାନ ଜନ୍ମ ପାଇଁ ଆର୍ôଥକ ସହାୟତା, ଟିକସ ସୁବିଧା ଏବଂ ଘର ନିର୍ମାଣ ପାଇଁ ସବସିଡି ସମେତ ଜନ୍ମ ହାର ବୃଦ୍ଧି ପାଇଁ ପ୍ରୋତ୍ସାହନ ଏବଂ ପଦକ୍ଷେପ ନେବାକୁ ଚାଇନା କର୍ତ୍ତୃପକ୍ଷ ଚେଷ୍ଟା କରିଛନ୍ତି କିନ୍ତୁ ଏହାର କୌଣସି ତତ୍କାଳିକ ପ୍ରଭାବ ଦେଖିବାକୁ ମିଳୁନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami