କୁର୍ତ୍ତାକୁ ନେଇ ବିବାଦ: ମହିଳାଙ୍କୁ କହିଲେ ତୁରନ୍ତ ଖୋଲ

Above Post Content

ଲାହୋର: ପୋଷାକକୁ ନେଇ ବିବାଦ । ଜଣେ ମହିଳା ପିନ୍ଧିଥିବା ଏକ କୁର୍ତ୍ତାକୁ ଦେଖି ରାଗିଗଲେ ଲୋକେ । ତାଙ୍କୁ ଘେରିଗଲେ ଶତାଧିକ ଲୋକେ । ସର୍ବସମ୍ମୁଖରେ ଟଣାଓଟଣା କରିବା ସହ କହିଲେ ତୁରନ୍ତ ଖୋଲ । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ପାକିସ୍ତାନରୁ ।

କୁର୍ତ୍ତାକୁ ଦେଖି ରାଗି ଯାଇଥିଲେ ଲୋକେ  

After 2nd paragraph post ads
Middle post content

ପାକିସ୍ତାନ ଲାହୋର ଅଞ୍ଚଳର ଜଣେ ମହିଳା ଆରବିକ୍ ଲେଟର ପ୍ରିଣ୍ଟ ଥିବା ଏକ କୁର୍ତ୍ତା ପିନ୍ଧି ସ୍ୱାମୀ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ତେବେ ଏହି ସମୟରେ ତାଙ୍କର କୁର୍ତ୍ତାକୁ ଦେଖି ରାଗି ଯାଇଥିଲେ ଲୋକେ । ଏହାପରେ ଶତାଧିକ ଲୋକେ ତାଙ୍କୁ ଘେରି ଯାଇଥିଲେ । ସେ ପିନ୍ଧିଥିବା ପୋଷାକରେ ପବିତ୍ର କୋରାନାର ପଦ ଗୁଡିକ ପ୍ରିଣ୍ଟଥିବା ନେଇ ଲୋକେ ଭାବିଥିଲେ । ଏହାକୁ ନେଇ ରେଷ୍ଟୁରାଣ୍ଟରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ । କେବଳ ସେତିକି ନୁହେଁ ତାଙ୍କୁ ଟଣାଓଟରା କରିବା ସହ ସର୍ବସମ୍ମୁଖରେ ଡ୍ରେସ୍ ଓହ୍ଲାଇବାକୁ କହିଥିଲେ । ମହିଳା ଜଣ କୋରାନାକୁ ଅପମାନିତ କରିଥିବା ଲୋକେ ଅଭିଯୋଗ କରିଥିଲେ । ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଭିଡ ଭିତରୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲା । ତେଣୁ ଉକ୍ତ ମହିଳା ଜଣକ ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଭୁଲ୍‌ରେ କୋରାନା ଶବ୍ଦ ଥିବା ଭାବିଥିଲେ ଲୋକେ

ସେପଟେ ଭିଡ ଭିତରୁ ମହିଳା ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିବା ପୋଲିସକର୍ମୀ ଜଣଙ୍କ କହିଛନ୍ତି, ସ୍ୱାମୀଙ୍କ ସହ ସପିଂ କରିବାକୁ ମହିଳା ଜଣକ ଯାଇଥିଲେ । ଏହି ସମୟରେ ସେ ଏକ କୁର୍ତ୍ତା ପିନ୍ଧିଥିଲେ, ଯେଉଁଥିରେ କିଛି ଶବ୍ଦ ଲେଖାଯାଇଥିଲା । ଯେତେବେଳେ କିଛି ଲୋକ ଏହା ଦେଖିଲେ, ସେମାନେ ମହିଳାଙ୍କୁ ତାଙ୍କ କୁର୍ତ୍ତା ଓହ୍ଲାଇବାକୁ କହିଥିଲେ । ତାଙ୍କ କୁର୍ତ୍ତାରେ ପ୍ରିଣ୍ଟ ଥିବା ଅକ୍ଷରକୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଲୋକେ ଏହାକୁ ଭୁଲ୍‌ରେ କୋରାନା ଶବ୍ଦ ବୋଲି ଭାବି ନେଇଥିଲେ । ଏହି ଘଟଣା ପରେ ନିଜର କିଛି ଭୁଲ୍ ନଥାଇ ମଧ୍ୟ ଉକ୍ତ ମହିଳା ଜଣକ କ୍ଷମା ମାଗିଛନ୍ତି । ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣରୁ ରକ୍ଷା କରିଥିବା ପୋଲିସକର୍ମୀଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami