ଗଭୀର ସମୁଦ୍ରରେ ମିଳିଲା ୪ ହଜାର ବର୍ଷ ପୁରୁଣା କଳାସୁନାର ସନ୍ଧାନ

Above Post Content

ରୋମ୍‌: ଓଡ଼ିଆରେ କୁହାଯାଏ ଯେ, ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଗଲେ । ସକରାତ୍ମକ ଢ଼ଙ୍ଗରେ ଭାବିଲେ ଏମିତି ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି ଯାହା ଏବେ ସାରା ବିଶ୍ୱରେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାରେ ଅଛି । ଗଭୀର ସମୁଦ୍ରରେ ଡୁବିଥିବା ଏକ ଜାହାଜର ଭଗ୍ନାବଶେଷ ଖୋଜୁ ଖୋଜୁ ଏମିତି ଘଟଣା ସାମ୍ନାକୁ ଆସିଛି ।

୧୩୦ ଫୁଟ ତଳେ ସମୁଦ୍ର ଗୁମ୍ଫାରେ ଥିଲା ଏହି କଳାସୁନା

After 2nd paragraph post ads
Middle post content

ସୂଚନା ଅନୁସାରେ ଇଟାଲି ନିକଟସ୍ଥର ଗଭୀର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନାବଶେଷ ଖୋଜୁ ଖୋଜୁ ଏକ ମୂଲ୍ୟବାନ ପଥର ଖଣ୍ଡ ମିଳିଛି । ଏହାକୁ କଳାସୁନା ବୋଲି କୁହାଯାଉଛି । ପାଣି ଭିତରେ ଗଭୀର ସମୁଦ୍ର ତଳେ ବହୁବର୍ଷ ତଳେ ଉଦ୍ଗିରଣ ହୋଇ ଶୁଖି ଯାଇଥିବା ଲାଭା ରୁ ଏହି ଅବ୍‌ସିଡିଆନ ଏକ ଖଣ୍ଡ । ଜାହାଜର ଭଗ୍ନଅଂଶରୁ ଅବ୍‌ସିଡିଆନର ଏକ ଖଣ୍ଡ ଦେଖି ଅନୁସନ୍ଧାନକାରୀ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ରିପୋର୍ଟ ମୁତାବକ, ଅବ୍‌ସିଡିଆନର ଏହି ଖଣ୍ଡ ସମୁଦ୍ରର ୧୩୦ ଫୁଟ ତଳେ ସମୁଦ୍ର ଗୁମ୍ଫାରେ ଏହି ଖଣ୍ଡ ମିଳିଥିଲା । ନିକଟରେ ଜାହାଜର ଖଣ୍ଡକୁ ଖୋଜିବାକୁ ନଭେମ୍ବର ୨୦ରୁ ମିଶନ ଆରମ୍ଭ ହୋଇଥିଲା । ସେହି ମିଶନରେ ଅବ୍‌ସିଡିଆନର ଏକ ଖଣ୍ଡ ମିଳିଥିଲା, ଯାହାର ଓଜନ ପ୍ରାୟ ୮ କେଜି ।

ସ୍ପାନିସ ଜାହାଜ କ୍ୟାରିବିୟନ ସମୁଦ୍ରରେ ବୁଡ଼ିଯାଇଥିଲା

ପ୍ରାୟ ୧୭୦୮ ମସିହାରେ ବ୍ରିଟିଶ ନୌସେନା ସହ ଯୁଦ୍ଧ ସମୟରେ ଏକ ସ୍ପାନିସ ଜାହାଜ କ୍ୟାରିବିୟନ ସମୁଦ୍ରରେ ବୁଡ଼ିଯାଇଥିଲା । ସେହି ଜାହାଜର ନାମ ସାନ ଜୋସ୍ ଗାଲିଅନ । ସେହି ଜାହାଜରେ ୧୬ ବିଲିୟନ ଡଲାରର ମୂଲ୍ୟବାନ ପଦାର୍ଥ ରହିଥିଲା । ଏବେ ଏହି ଜାହାଜକୁ ବାହାର କରିବାକୁ ପ୍ରସ୍ତୁତି କରାଯାଉଛି । ସେହି ସମୟରେ ଏପରି ଏକ ମୂଲ୍ୟବାନ ପଥର ମିଳିବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅବ୍‌ସିଡିଆନକୁ କଳାସୁନା ମଧ୍ୟ କୁହାଯାଏ । କଟିଙ୍ଗ ଟୁଲ୍ସ ପ୍ରସ୍ତୁତିରେ ଏହି ପଥରକୁ ବ୍ୟବହାର କରାଯାଇଥାଏ । ଲାଭା ଶୀଘ୍ର ଥଣ୍ଡା ହୋଇ ବସିଗଲେ ଏହି କଳାସୁନା ହୋଇଥାଏ । ଏହାକୁ ସୁରକ୍ଷାତ୍ମକ ରତ୍ନ ମଧ୍ୟ କୁହାଯାଏ । ନକାରାତ୍ମକ ଊର୍ଜାରୁ ରକ୍ଷା କରିବାର କ୍ଷମତା ଏହି ପଥରର ରହିଛି, ଯାହା ଅତ୍ୟନ୍ତ ମହଙ୍ଗା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami