42 ବର୍ଷ ତଳରେ କଳାଦିନ ଯେଉଁଦିନ 800 ଟ୍ରେନଯାତ୍ରୀ ଦୁର୍ଘଟଣାରେ ହାରିଥିଲେ ଜୀବନ

Above Post Content

ବାଲେଶ୍ୱରର ବାହାନାଗରେ ଘଟିଥିବା ଭୀଷଣ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 3ଶହରୁ ଅଧିକ ହେବାର ଆଶଙ୍କା କରାଯାଉଛିତିନୋଟି ଟ୍ରେନ୍ ମଧ୍ୟରେ ହୋଇଥିବା ଦୁର୍ଘଟଣା 42 ବର୍ଷ ତଳରେ ଗୋଟିଏ ଦୁର୍ଘଟଣା କଥା ମନେ ପକାଇ ଦେଉଛି ଯେଉଁଦିନ 8ଶହ ଯାତ୍ରୀ ଗୋଟିଏ ନଦୀରେ ନେଇଥିଲେ ସଲୀଳ ସମାଧୀ। ଯାହାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥାଏ।

42 ବର୍ଷ ତଳର କଳାଦିନ

After 2nd paragraph post ads

42 ବର୍ଷ ତଳେ ବିହାରରେ ଘଟିଥିଲା ଏହି ଦୁର୍ଘଟଣା। ବର୍ଷ ଥିଲା 1981,ମାସ ଥିଲା ଜୁନ୍ଜୁନ୍ 6 ତାରିଖ ଦିନ ମାନସୀ-ସହରସା ମଧ୍ୟରେ ବାଗମତି ନଦୀରେ ଥିବା ପୋଲ ନମ୍ବର 51 ଉପରେ ଏହି ଦୁର୍ଘଟଣା ଘଟିଥିଲା। ମାନସୀରୁ ସହରସା ଯାଉଥିବା ଟ୍ରେନରେ 9ଟି ବଗି ଥିଲା। ଟ୍ରେନ୍ ବାଗମତି ନଦୀର 51 ନମ୍ବର ପୋଲ ଉପରେ ପହଂଚିଲା ବେଳକୁ ଅଚାନକ ବର୍ଷା ଓ ତୋଫାନ ଆରମ୍ଭ ହୋଇଥିଲା। ବ୍ରିଜ୍ ଉପରେ ଟ୍ରେନ୍ ଯାଉଥିବା ବେଳେ ଡ୍ରାଇଭର ଅଚାନକ ବ୍ରେକ୍ ମାରିଥିଲେ। ଆଉ ଟ୍ରେନ 9 ବଗି ସମେତ ନଦୀ ମଧ୍ୟକୁ ଖସି ପଡି଼ଥିଲା। ଭରା ନଦୀରେ ବୁଡି଼ ମରିଥିଲେ 800 ଯାତ୍ରୀ। ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟ 3ଶହ ଥିଲା କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା 800ରୁ ଅଧିକ ଥିଲା।

Middle post content

କେମିତି ହୋଇଥିଲା ଦୁର୍ଘଟଣା

ଡ୍ରାଇଭର କଣ ପାଇଁ ବ୍ରେକ୍ ମାରିଥିଲେ ତାହା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ। କୁହାଯାଏ ଯେ, ବ୍ରିଜ ଉପରେ ଟ୍ରେନ୍ ସାମ୍ନାକୁ ଅଚାନକ ଗାଇ ଗୋଠ ଆସିଯାଇଥିଲେଗାଇମାନଙ୍କୁ ବଂଚାଇବାକୁ ଯାଇ ଡ୍ରାଇଭର ବ୍ରେକ୍ ମାରିଥିଲେ। ଅନ୍ୟପକ୍ଷରେ ଆଉ ଏକ ମତ ଅନୁସାରେ ଭୀଷଣ ତୋଫାନ ଭିତରେ ଟ୍ରେନ୍ ନିଜ ଗତିରେ ଯାଉଥିଲା। ବର୍ଷା ପାଣି ଯେମିତି ଭିତରକୁ ନଆସିବ ସେଥିପାଇଁ ବଗି ଭିତରୁ ସବୁ ଝରକାକୁ ଯାତ୍ରୀ ବନ୍ଦ କରିଦେଇଥିଲେଫଳରେ ପବନର ପ୍ରଭାବ ଟ୍ରେନ୍ ଉପରେ ପଡ଼ିଥିଲା ଓ ଟ୍ରେନ ନଦୀକୁ ଖସି ପାଡିଥିଲା।

ଦୁନିଆର ଦ୍ୱିତୀୟ ବଡ଼ ରେଳ ଦୁର୍ଘଟଣା

ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଏ। ଏହା ମଧ୍ୟ ଦୁନିଆର ସବୁଠାରୁ ବଡ଼ ରେଳ ଦୁର୍ଘଟଣା । ତେବେ ବିଶ୍ୱର ସବୁଠାରୁ ବଡ଼ ଦୁର୍ଘଟଣା ଶ୍ରୀଲଙ୍କାରେ ଘଟିଥିଲା। ଶ୍ରୀଲଙ୍କାରେ 2004 ସୁନାମୀ କାଳରେ ଓସିଆନ୍ ଏକ୍ସପ୍ରେସ ସମୁଦ୍ରରେ ଭାସି ଯାଇଥିଲା। ଯେଉଁଥିରେ 17ଶହ ଯାତ୍ରୀ ପ୍ରାଣ ହରାଇଥିଲେ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami