ଜଳପରୀ ସାଜି ଅକ୍ଷୟ କୁମାରଙ୍କ ସହ ଜନ୍ମଦିନ ପାଳିଲେ ଟ୍ୱିଙ୍କ୍‌ଲ ଖାନ୍ନା

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ଟ୍ୱିଙ୍କ୍‌ଲ ଖାନ୍ନାଙ୍କ ଜନ୍ମଦିନ । ଆଜି ଟ୍ୱିଙ୍କ୍‌ଲ ୫୦ ବର୍ଷରେ ପଦାର୍ପଣ କରିଛନ୍ତି । ଅଭିନେତ୍ରୀ ତାଙ୍କର ଏହି ବିଶେଷ ଦିନ ପାଳନ କରିବା ପାଇଁ ଏକ ବିଶେଷ ଉପାୟ ଆପଣାଇଛନ୍ତି । ସେ ଜଳପରୀ ସାଜି ଅକ୍ଷୟ କୁମାରଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । ସେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ ତଥା ଅଭିନେତା ଅକ୍ଷୟ କୁମାର, ପୁଅ ଅରବ ଏବଂ ଝିଅ ନିତାରାଙ୍କ ସହ ଜଳପରୀ ଅନୁଭବ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ସେ ଅକ୍ଷୟଙ୍କୁ ଚୁମ୍ବନ ଦେବା ସହ ଏକ ବିଶେଷ ନୋଟ୍ ମଧ୍ୟ ଲେଖିଛନ୍ତି ।

ରୋମାଞ୍ଚ କେବେ ହୁଏନି ଶେଷ

ଟ୍ୱିଙ୍କ୍‌ଲ କହିଛନ୍ତି, ‘ମୋର ୫୦ ତମ ଜନ୍ମଦିନରେ, ଯେତେବେଳେ ମୁଁ ମୋ ପରିବାରକୁ ଦେଖେ, ମୋର ଆଖି ଏବଂ ହୃଦୟ ବିସ୍ମୟରେ ପରିପୂର୍ଣ୍ଣ ହୋଇଯାଏ । ଲୋକମାନେ ମହାନ ଦାର୍ଶନିକମାନଙ୍କୁ ଉଦ୍ଧୃତ କରିପାରିବେ, କିନ୍ତୁ ମୁଁ ନିମୋ ଖୋଜିବାର ସୂତ୍ର ଅନୁସରଣ କରେ । ଯେଉଁଠାରେ ଜୀବନ ଯାହା ବି ହେଉନା କାହିଁକି, ଅକ୍ଷୟ କୁହନ୍ତି କେବଳ ପହଁରିବା । ରୋମାଞ୍ଚ କେବେ ଶେଷ ହୁଏ ନାହିଁ ।

bollywood actress Twinkle khannaTwinkle khanna celebrated her birthday unique styleTwinkle khanna celebrated her birthday with akshay kumar
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami