‘ଦ କେରଲା ଷ୍ଟୋରି’ ପ୍ରସାରଣକୁ କଂଗ୍ରେସର ବିରୋଧ

ମୁମ୍ବାଇ: ଦୂରଦର୍ଶନରେ ପ୍ରସାରିତ ହେବ ବିବାଦୀୟ ଚଳଚ୍ଚିତ୍ର ‘ଦି କେରଲା ଷ୍ଟୋରି’ । ଏହି ପ୍ରସାରଣ ନିଷ୍ପତ୍ତିକୁ ବିରୋଧ କରିଛି କଂଗ୍ରେସ । କେରଳର କଂଗ୍ରେସ ପାର୍ଟି ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇଛି । ଉକ୍ତ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ ରଖିବା ନିମନ୍ତେ ଦୂରଦର୍ଶନକୁ ନିର୍ଦ୍ଦେଶ ଦେବା ପାଇଁ କେରଳ ବିଧାନସଭାର ବିରୋଧୀ ଦଳ ନେତା ଭି.ଡି. ସାଥୀସାନ୍ ଇସିଆଇକୁ ପତ୍ର ଲେଖିଛନ୍ତି ।

ନିର୍ବାଚନୀ ଫାଇଦା ପାଇଁ ବିଜେପିର ଉଦ୍ୟମ

ନିର୍ବାଚନୀ ଫାଇଦା ପାଇଁ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରିବା ଲାଗି ବିଜେପିର ଏହା ଏକ ଉଦ୍ଦେଶ୍ୟମୂଳକ ଉଦ୍ୟମ ବୋଲି କଂଗ୍ରେସ ଅଭିଯୋଗ କରିଛି । ଦୂରଦର୍ଶନରେ ‘ଦି କେରଲା ଷ୍ଟୋରି’ ପ୍ରସାରଣ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ଏହାକୁ କେରଳର ଉଭୟ ଶାସକ ଦଳ ସିପିଆଇ(ଏମ୍‌) ଏବଂ ବିରୋଧୀ କଂଗ୍ରେସ ଦୃଢ଼ ପ୍ରତିବାଦ କରିଛନ୍ତି । ଦି କେରଲା ଷ୍ଟୋରି ଏକ ପ୍ରଚାରସର୍ବସ୍ୱ ଚଳଚ୍ଚିତ୍ର, ଯାହା ମିଛ ପ୍ରତିଶ୍ରୁତି ଉପରେ ଆଧାରିତ । ଉକ୍ତ ଚଳଚ୍ଚିତ୍ର ଜରିଆରେ କେରଳ ଜନସାଧାରଣଙ୍କର ଏକ ମଳିନ ଛବି ଉପସ୍ଥାପନ କରାଯାଇଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।

congress opposes the broadcast filmfilm the kerala story
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami