ଅଙ୍ଗଦାନ କରିବେ ଅଭିନେତ୍ରୀ ପିଙ୍କି ପ୍ରଧାନ, ବିବାହ ବାର୍ଷିକୀରେ ନେଲେ ନିଷ୍ପତ୍ତି

ଭୁବନେଶ୍ୱର: ଅଙ୍ଗଦାନ କରିବେ ଓଲିଉଡ଼ ଅଭିନେତ୍ରୀ ପିଙ୍କି ପ୍ରଧାନ । ନିଜର ବିବାହ ବାର୍ଷିକୀରେ ନେଲେ ଏଭଳି ନିଷ୍ପତ୍ତି । ନିଜ ବିବାହବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କର ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ । ଉଭୟେ ବିବାହ ବାର୍ଷିକୀରେ ଅଙ୍ଗଦାନ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏ ନେଇ ଆଜି ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସ୍ୱୀକୃତି ଦେଇଛନ୍ତି । ଏହା ଛଡ଼ା ସେ ଦୁହେଁ ରକ୍ତଦାନ ମଧ୍ୟ କରିଛନ୍ତି ।

ନିଆରା ଢଙ୍ଗରେ ପାଳିଲେ ବିବାହ ବାର୍ଷିକୀ

ଦେଶରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଅଙ୍ଗରୋପଣ ପାଇଁ ଅପେକ୍ଷା କରିଥିବା ବେଳେ ଡୋନରଙ୍କ ସଂଖ୍ୟା ବହୁତ କମ ରହିଛି । ମାତ୍ର ୫୦ ହଜାର ଲୋକେ ଅଙ୍ଗଦାନ କରିବା ପାଇଁ ପ୍ରତିବଦ୍ଧ ଥିବା ବେଳେ ଓଡ଼ିଶାରେ ମାତ୍ର ୧୫ଜଣ ଲୋକ ନିଜର ଅଙ୍ଗ ଦାନ କରିପାରିଛନ୍ତି । ତେବେ ଜନ୍ମଦିନ , ବିବାହ ବାର୍ଷିକୀ ବା କୌଣସି ଶୁଭକାର୍ଯ୍ୟରେ ଲୋକେ ଅଙ୍ଗଦାନ ଓ ରକ୍ତଦାନ କରିବାକୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ ।

actress pinky pradhanPinky Pradhan will perform the organ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami