ଓସ୍କାର ପୁରସ୍କାର ଦୌଡରେ ସାମିଲ ହେଲା ଭାରତୀୟ ଫିଲ୍ମ

ମୁମ୍ବାଇ: ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେଲା ‘ଟୁ କିଲ ଏ ଟାଇଗର’ । ଏହା ଏକମାତ୍ର ଭାରତୀୟ ଫିଲ୍ମ ଯାହା ଓସ୍କାର ଦୌଡ଼ରେ ସାମିଲ ହୋଇଛି । ‘ଟୁ କିଲ୍ ଏ ଟାଇଗର’ ବ୍ୟତୀତ ଓସ୍କାରରେ ଏହି ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗ ପାଇଁ ଆଉ ଚାରିଟି ଚଳଚ୍ଚିତ୍ର ମଧ୍ୟ ମନୋନୀତ ହୋଇଛି । ଓସ୍କାର ୨୦୨୪ ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଶ୍ରେଷ୍ଠ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଅନେକ ବର୍ଗରେ ନୋମିନେସନ ତାଲିକା ପ୍ରକାଶ ପାଇଛି ।

ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ପାଇଁ ୫ଟି ଚଳଚ୍ଚିତ୍ର ମନୋନୀତ

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ପାଇଁ ୫ଟି ଚଳଚ୍ଚିତ୍ର ମନୋନୀତ ହୋଇଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଚଳଚ୍ଚିତ୍ର ‘ଟୁ କିଲ୍ ଏ ଟାଇଗର’ । ନିଶା ପାହୁଜାଙ୍କ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ‘ଟୁ କିଲ ଏ ଟାଇଗର’ ଏକମାତ୍ର ଭାରତୀୟ ଚଳଚ୍ଚିତ୍ର, ଯାହା ଓସ୍କାର ୨୦୨୪ ପାଇଁ ଦୌଡରେ ସାମିଲ ହୋଇଛି । ଏଥିସହିତ ଓସ୍କାରରେ ଏହି ବର୍ଗ ପାଇଁ ଆଉ ଚାରିଟି ଚଳଚ୍ଚିତ୍ର ମନୋନୀତ ହୋଇଛି । ସେଗୁଡ଼ିକ ହେଲା ‘ବବି ୱାଇନ: ଦି ପିପୁଲ୍ସ ପ୍ରେସିଡେଣ୍ଟ’, ‘ଦି ଇଣ୍ଟରନାଲ ମେମୋରୀ’, ‘ଫୋର ଡଟର୍ସ’ ଏବଂ ‘୨୦ ଡେଜ ଇନ ମାରିୟୁପୋଲ’ ।

ଛୋଟ ଗାଁକୁ ନେଇ ନିର୍ମିତ ହୋଇଛି ଟୁ କିଲ୍ ଏ ଟାଇଗର

‘ଟୁ କିଲ୍ ଏ ଟାଇଗର’ ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହା ଭାରତର ଏକ ଛୋଟ ଗାଁ ଉପରେ ଆଧାରିତ । ଏଥିରେ ଜଣେ ବ୍ୟକ୍ତି ତାଙ୍କ ୧୩ ବର୍ଷର ଝିଅ ପାଇଁ ନ୍ୟାୟ ପାଇବାକୁ ପିତାଙ୍କ ସଂଘର୍ଷର କାହାଣୀ ଦର୍ଶାଯାଇଛି । ଫିଲ୍ମରେ ଏହା ଦର୍ଶାଯାଇଛି ଯେ ଜଣେ ୧୩ ବର୍ଷର ଝିଅକୁ ଅପହରଣ କରିବା ପରେ ତିନି ଜଣ ବଳାତ୍କାର କରିଥିଲେ । ଏହା ପରେ ପୀଡିତାଙ୍କ ପିତା ରଣଜିତ୍ ତାଙ୍କ ଝିଅ ପାଇଁ ଲଢେଇ କରୁଛନ୍ତି । ୯୬ତମ ଏକାଡେମୀ ପୁରସ୍କାର ବା ଓସ୍କାର ୨୦୨୪ର ପୁରସ୍କାର ବିତରଣ ଉତ୍ସବ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଅନୁଷ୍ଠିତ ହେବ ।

'To Kill A Tiger' Enters Oscar Raceoscar film awardOscar nominations 2024 released
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami