ପୁତ୍ର ସନ୍ତାନର ବାପା-ମା ହେଲେ ବିରୁୁଷ୍କା

ମୁମ୍ବାଇ: ପୁଣି ଥରେ ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସେ ଏହି ସୂଚନା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଶେଷରେ ଚର୍ଚ୍ଚା ଭିତରେ ଏହି ଖୁସି ଖବର ଦେଇଛନ୍ତି ବିରୁଷ୍କା । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ୧୫ ଫେବୃଆରୀରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିବା କହିଛନ୍ତି । ଏଥିସହ ଅନୁଷ୍କା ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି । ଅନୁଷ୍କା ଶର୍ମା ପୋଷ୍ଟରେ ଲେଖିଛନ୍ତି- ‘ଆମେ ସମସ୍ତଙ୍କୁ ଜଣାଇ ଖୁସି ଯେ ଫେବୃଆରୀ ୧୫ରେ, ଆମେ ଭାମିକାଙ୍କ ସାନ ଭାଇ ତଥା ଶିଶୁପୁତ୍ର ଆକାୟଙ୍କୁ ଏହି ଦୁନିଆରେ ସ୍ୱାଗତ କରିଥିଲୁ! ଆମ ଜୀବନର ଏହି ସୁନ୍ଦର ମୁହୂର୍ତ୍ତରେ ଆମେ ଆପଣମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରୁଛୁ ।

ଦୀର୍ଘ ଦିନ ଧରି ହେଉଥିଲା ଚର୍ଚ୍ଚା

ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଖବର ଉପରେ ନିରବ ଥିଲେ । ସେହିପରି ବିରାଟ କୋହଲି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ । ତେବେ ବିରାଟ କୋହଲିଙ୍କ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସାଥୀ ଏବି ଡି ଭିଲିୟର୍ସ ମଧ୍ୟ ପ୍ରକାଶ କରିଥିଲେ ଯେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି ।

bollywood actress anuska sharmaThe parents of the son were Virushka
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami