ଦ୍ୱିତୀୟ ବିବାହ ପରେ ପାଇଲେ ଅନେକ ସଫଳତା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମୀ ଯୁଗଳଙ୍କ ବିଷୟରେ ଆଲୋଚନା ବେଳେ ସମୀର ସୋନି ଓ ନୀଲମ କୋଠାରୀଙ୍କ ନାମ ସାମ୍ନାକୁ ଆସେ । ଏହି ଦମ୍ପତ୍ତି ଉଭୟ ଗ୍ଲାମର ଦୁନିଆର ବେଶ୍ ଲୋକପ୍ରିୟ । ସବୁଠୁ ବଡ଼ କଥା ଦ୍ୱିତୀୟ ବିବାହ ପରେ ଏହି ଦମ୍ପତ୍ତିଙ୍କୁ ମିଳିଛି ବେଶ୍ ସଫଳତା ।

ସମୀର ଏବଂ ନୀଲମଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୨୦୦୭ ମସିହାରେ ପ୍ରଥମେ ସମୀର ଏବଂ ନୀଲମ ପରସ୍ପରଙ୍କୁ ଏକତା କପୁରଙ୍କ ଏକ କାର୍ଯ୍ୟକ୍ରମରେ ଭେଟିଥିଲେ । ପ୍ରଥମ ଦେଖାରେ ନୀଲମ ନିଜ ଆଡ଼ୁ ପ୍ରଥମେ ସମୀରଙ୍କୁ ଭଲ ପାଇ ବସିଥିଲେ । ଏକତାଙ୍କୁ ଭେଟିବା ସମୟରେ ତାଙ୍କୁ ନିଜର ମନର କଥା ଜଣାଇଥିଲେ ନୀଲମ । ନୀଲମଙ୍କ ମନର କଥାକୁ ସମୀରଙ୍କୁ ଜଣାଇଥିଲେ ଏକତା । ପରେ ପୁଣି ଥରେ ସମୀର ଓ ନୀଲମ ପରସ୍ପରଙ୍କୁ ଏକତାଙ୍କ ଏକ ପାର୍ଟିରେ ଭେଟିଥିଲେ । ଏହିଠାରୁ ଉଭୟ ପରସ୍ପର ସହିତ ପରିଚିତ ହେଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢିଲା ।

ସମୟ ଗଢିବା ସହିତ ଉଭୟଙ୍କ ସମ୍ପର୍କ ନିବିଡ଼ ହେଲା ଓ ଦୁହେଁ ଡେଟିଂ ଆରମ୍ଭ କଲେ । ଏସବୁ ଭିତରେ ଉଭୟେ ନିଜ ସମ୍ପର୍କକୁ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିର ବାହାର ଦୁନିଆ ଆଖିରୁ ଲୁଚାଇ ରଖିଥିଲେ । ଏ କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୨୦୧୧ ମସିହା ଜାନୁୟାରୀ ୨୪ ତାରିଖରେ ସେମାନେ ବିବାହ କଲେ । ବିବାହର ଦୁଇ ବର୍ଷ ପରେ ଉଭୟ ଏକ ପୋଷ୍ୟ କନ୍ୟା ଗ୍ରହଣ କରିଥିଲେ । ବିବାହ ପରେ ନୀଲମ ଲମ୍ବା ସମୟ ଧରି ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ । ମଜାର କଥା ହେଲା ବିବାହ ପୂର୍ବରୁ ସେମାନେ ଯେତିକି ସଫଳ ନ ଥିଲେ ବିବାହ ପରେ ସେମାନଙ୍କୁ ଅଧିକ ସଫଳତା ମିଳିଛି ।

ଏବେ ନୀଲମ ଜଣେ ନାମକରା ଅଳଙ୍କାର ଡ଼ିଜାଇନର ଭାବେ ପରିଚିତ । ୧୯୮୪ ମସିହାରେ ଫିଲ୍ମ ‘ଜବାନୀ’ ରେ ନୀଲମ ଡେବ୍ୟୁ କରିଥିଲେ । ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଥିଲା । କିନ୍ତୁ ନିଲମଙ୍କ ସୌନ୍ଦର୍ଯ୍ୟକୁ ସେ ସମୟରେ ଦର୍ଶକ ବହୁତ ପସନ୍ଦ କରିଥିଲେ । ପରେ ପରେ ଗୋବିନ୍ଦାଙ୍କ ସହ ନୀଲମ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ଉଭୟ ନୀଲମ ଏବଂ ସମୀରଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ବିବାହ ପରେ ହିଁ ଦର୍ଶକଙ୍କ ଆଟେନ୍‌ସନକୁ ଅଧିକ ଧରି ରଖିପାରିଛନ୍ତି ଏହି ଯୋଡ଼ି ।

sameer soni neelam kotharisamir and neelamsamir neelamsamir neelam husbandsamir soni and neelam kotharisamir soni and neelam kothari interviewsamir soni and neelam kothari weddingsamir soni neelam kotharisamir soni wife neelam kothari
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami