ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଡିପ୍‌ଫେକ୍‌ର ଶିକାର ହେଲେ ସାରା ତେନ୍ଦୁଲକର

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପ୍‌ଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି । ସାରାଙ୍କ ଏକ ନକଲି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସାରା ଗିଲ୍‌ଙ୍କ ସହ ନୁହେଁ ଭାଇଙ୍କ ବେକରେ ପକାଇଛନ୍ତି ହାତ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ସାରା ତେନ୍ଦୁଲକର ତାଙ୍କ ତଥାକଥିତ ପ୍ରେମିକ ତଥା ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ବେକରେ ହାତ ଥିବା ଦେଖିବାକୁ ମିଳିଛି । ଧୋନି ପୋପା ନାମକ ଜଣେ ୟୁଜର୍ସ ଏହି ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖା ଅଛି – ସାରା ନିଶ୍ଚିତ କରିଛନ୍ତି ଯେ ସେ ଶୁଭମନ ଗିଲଙ୍କୁ ଡେଟ କରୁଛନ୍ତି । ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହୋଇଛି । ତେବେ ଅନ୍ୟ ଜଣେ ୟୁଜର୍ସ ସମାନ ଫଟୋ ଉପରେ କମେଣ୍ଟଦେଇ ସତ୍ୟ ପ୍ରକାଶ କରିଛନ୍ତି । ୟୁଜର୍ସ ସାରାଙ୍କ ପ୍ରକୃତ ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ଏହି ଫଟୋ ଫେକ୍ । ସାରା ଶୁଭମନ ଗିଲଙ୍କ ସହ ନୁହେଁ ବରଂ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ବେକରେ ହାତ ପକାଇଛନ୍ତି ।

ନକଲି ଫଟୋ କରାଯାଉଛି ସେୟାର

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି । ଏଥିରେ ସେ କଳାରଙ୍ଗର ବସ୍ତ୍ର ପରିଧାନ କରି ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବା ମିଳୁଛି । ବାସ୍ତବରେ ସେ ରଶ୍ମିକା ନୁହନ୍ତି, ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଭିନ୍ନ ଜଣେ ଯୁବତୀ । ସମ୍ପାଦିତ ଭିଡିଓଟିକୁ ଦେଖିବା ପରେ ରଶ୍ମିକା ବିଚଳିତ ହୋଇଯାଇଥିବା ଏବଂ ତାହା ତାଙ୍କୁ କଷ୍ଟ ଦେଇଥିବା ଏକ୍ସ’ରେ ଉଲ୍ଲେଖ କରିଛନ୍ତି । ସେହିପରି କ୍ୟାଟ୍ରିନାଙ୍କ ଫଟୋକୁ ମଧ୍ୟ ନକଲି କରାଯାଇ ଭାଇରାଲ କରାଯାଉଛି ।

bollywood newssara tendulkarsara tendulkar became a victim of deepfaking
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami