କୁମାରୀ ମା’ ହେବାକୁ ଚାହୁଁଛନ୍ତି ସଞ୍ଜୁ ବାବାଙ୍କ ଝିଅ

ମୁମ୍ବାଇ: ବିବାହ ନ କରି ମାଆ ହେବାକୁ ଚାହୁଁଛନ୍ତି । ଏପରିକି ସେ ଶିଶୁର ନାମ ବିଷୟରେ ଚିନ୍ତା କରିସାରିଲେଣି ବୋଲି କହିଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଲାଡଲି ତ୍ରିଶାଲା ଦତ୍ତ । ଏପରି ମନ୍ତବ୍ୟ ଦେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସଞ୍ଜୁ ବାବାଙ୍କ ଝିଅ ତ୍ରିଶାଲା । ବାସ୍ତବରେ ତ୍ରିଶାଲା ବିବାହ ବିନା ବା କୁମାରୀ ମା’ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ପିଲାର ନାମ ବି ଚିନ୍ତା କରିସାରିଛନ୍ତି ତ୍ରିଶାଲା

ନିକଟରେ ତ୍ରିଶାଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ‘ଆସ୍କ ମି ଏନିଥିଙ୍ଗ’ସେସନ ଆୟୋଜନ କରିଥିଲେ, ଯେଉଁଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଏହି ସମୟରେ ଜଣେ ୟୁଜର ତାଙ୍କୁ ପଚାରିଲେ, ଆପଣ କେବେ ପିଲା ବିଷୟରେ ଚିନ୍ତା କରିଛନ୍ତି କି । ଆପଣ ପିଲାମାନଙ୍କର ନାମ ବିଷୟରେ ଚିନ୍ତା କରିଛନ୍ତି କି । ଏହାର ଉତ୍ତରରେ ତ୍ରିଶାଳା କହିଛନ୍ତି- ମୁଁ ପିଲାମାନଙ୍କର ନାମ ବିଷୟରେ ମଧ୍ୟ ଭାବିଛି … । ତେଣୁ ଏହାର ଜବାବରେ ସେ କୁହନ୍ତି, ହଁ, ମୋର ପିଲା ପାଇଁ ଯୋଜନା ଅଛି । ମୁଁ ବିବାହ ନ କରି ଏକ ସନ୍ତାନ ଚାହୁଁଛି । ମୁଁ ମଧ୍ୟ ନାମ ବିଷୟରେ ଚିନ୍ତା କରିସାରିଛି । ଯଦି ଭଗବାନ ମୋ ପାଇଁ ଏହି ସବୁ ଯୋଜନା କରିଛନ୍ତି, ତେବେ ଦିନେ ମୁଁ ମଧ୍ୟ ଜଣେ ମା’ ହେବାକୁ ଚାହେଁ । ତ୍ରିଶାଲାଙ୍କୁ ଏବେ ୩୫ ବର୍ଷ ଏବଂ ସେ ଅବିବାହିତା ଅଛନ୍ତି । ସେ ଆମେରିକାରେ ନିଜ ମାତାପିତାଙ୍କ ସହିତ ରୁହନ୍ତି । ବୃତ୍ତିରେ ସେ ଜଣେ ସାଇକୋଥେରାପିଷ୍ଟ ।

ଦୁର୍ଘଟଣାରେ ହରାଇଥିଲେ ପ୍ରେମିକଙ୍କୁ ତ୍ରିଶାଲା

ତ୍ରିଶାଲା ତାଙ୍କ ପ୍ରେମ ଜୀବନରେ ବହୁତ ଭାଗ୍ୟବାନ ହୋଇନାହାଁନ୍ତି । କିଛି ବର୍ଷ ପୂର୍ବେ ସେ ଏକ ସଡ଼କ ଦୁର୍ଘଟଣାରେ ପ୍ରେମିକକୁ ସବୁଦିନ ପାଇଁ ହରାଇଥିଲେ । ନିଜେ ଏକ ପୋଷ୍ଟ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ଝଟ୍‌କାରୁ ବାହାରିବା ପାଇଁ ତାଙ୍କୁ ଦୁଇ ବର୍ଷ ସମୟ ଲାଗିଲା । ଏହାପୂର୍ବରୁ ତ୍ରିଶାଲା ମଧ୍ୟ ଏକ ଖରାପ ସଂପର୍କରେ ଥିଲେ, ଯେଉଁଠାରେ ତାଙ୍କ ପ୍ରେମିକା ତାଙ୍କୁ ଅଳିଆ ପରି ବ୍ୟବହାର କରୁଥିଲେ । ବତ୍ତମାନ ୩୫ ବର୍ଷ ବୟସରେ ତ୍ରିଶାଲା ଏକୁଟିଆ ରହୁଛନ୍ତି ।

bollywood actor sanjay dutta daughtersanjay duttas daughter trisala
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami