ଅଭିଷେକଙ୍କୁ ଆଲିଙ୍ଗନ କଲେ ସଲମାନ୍‌; ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପୂର୍ବତନ ପ୍ରେମିକଙ୍କୁ ଆଲିଙ୍ଗନ କଲେ ଅଭିନେତା ଅଭିଷେକ ବଚ୍ଚନ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ବର୍ଷ ପରେ ଉଭୟଙ୍କୁ ଏପରି ଦେଖି ଚର୍ଚ୍ଚା ଜୋର ଧରିଛି ।

ଅଭିଷେକଙ୍କ ସହ ସଲମାନଙ୍କୁ ଏକାଠି ଦେଖିବାକୁ ମିଳେନି

ବଲିଉଡରେ ଐଶ୍ୱର୍ଯ୍ୟା ରାୟ-ସଲମାନ ଖାନ୍‌ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବା ଅଛପା । ଏକ ସମୟରେ ଦୁହେଁ ଚର୍ଚ୍ଚିତ ଯୋଡ଼ି ଥିଲେ । ହେଲେ ଐଶ୍ୱର୍ଯ୍ୟା ବାଟ ଅଲଗା କରିବା ପରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଏବେ ଦୁହିଁଙ୍କ ଝିଅ ଆରାଧ୍ୟା ରହିଛି । ତେବେ ପୂର୍ବ ପ୍ରେମିକାଙ୍କ ସ୍ୱାମୀ ହୋଇଥିବାରୁ ଅଭିଷେକଙ୍କ ସହ ସଲମାନଙ୍କୁ କେବେ ବି ଏକାଠି ଦେଖିବାକୁ ମିଳେ ନାହିଁ । ହେଲେ ଗୁରୁବାର ପ୍ରଯୋଜକ ଆନନ୍ଦ ପଣ୍ଡିତଙ୍କ ଜନ୍ମଦିନ ପାର୍ଟିରେ ଦୁହିଁଙ୍କୁ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖାଯାଇଛି । ବିରଲ ଭୟାନୀ ଉକ୍ତ ଭିଡିଓକୁ ସେୟାର କରିଥିବା ବେଳେ ତାହା ଭାଇରାଲ ହେଉଛି । କହିରଖୁଛୁ, ୨୫ ବର୍ଷ ପୂର୍ବେ ସଲମାନ ଏବଂ ଐଶ୍ୱର୍ଯ୍ୟା ସମ୍ପର୍କରେ ଥିଲେ । ହେଲେ ଉଭୟଙ୍କ ବ୍ରେକ୍‌ଅପ୍ ହେବା ପରେ ୨୦୦୭ରେ ଐଶ୍ ଅଭିଷେକଙ୍କୁ ବିବାହ କରିଥିଲେ । ଗୋଟିଏ ପଟେ ଐଶ୍ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଭିଡିଓ ଚର୍ଚ୍ଚାର ପରିସରକୁ ଆସିଛି ।

bollywood newsSalman khan warm hug to abhishek bachchanSalman khan warm hug to abhishek bachchan at anand pandit birthday bash
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami