ଫୁଲିଯାଇଛି ସଲମାନଙ୍କ ମୁହଁ , ଭିଡିଓ ଭାଇରାଲ

ମୁମ୍ବାଇ: ଅସୁସ୍ଥ ହୋଇପଡ଼ିଛନ୍ତି ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ଏହାକୁ ନେଇ ତାଙ୍କ ପ୍ରଶଂସକ ବେଶ୍ ଚିନ୍ତାରେ । ସଲମାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କ ମୁହଁ ଓ ଆଖି ଫୁଲିଥିବା ନଜର ଆସିଛି । ତେଣୁ ସେ ସୁସ୍ଥ ନ ଥିବା ତାଙ୍କ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି ।

ଭାଇରାଲ ଭିଡିଓରେ ସଲମାନ ଏକ ବିବାହ କାର୍ଯ୍ୟକ୍ରମରେ ନାଚୁଥିବା କୁହାଯାଉଛି । ତେବେ ଭିଡିଓରେ ନାଚୁଥିବା ବେଳେ ସଲମାନଙ୍କ ମୁହଁ ଫୁଲିଥବେଳେ ସେ କ୍ଲାନ୍ତ ଥିବା ଦେଖିବାକୁ ମିଳିଛି । ସୟଦ ଇରଫାନ ଅହମଦ ନାମକ ଜଣେ ବ୍ୟବହାରକାରୀ ସଲମାନଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ରବିବାର ରାତିରେ ନୂଆଦିଲ୍ଲୀରେ ଏକ ବିବାହ କାର୍ଯ୍ୟକ୍ରମରେ ସଲମାନ ଖାନ ନାଚୁଥିବାର ଭିଡିଓ । ଏହିି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

କିଛି ଦିନ ତଳେ ସଲମାନଙ୍କ ଆଗାମୀ ଫିଲ୍ମ ଟାଇଗର-୩ର ଟିଜର ରିଲିଜ୍ ହୋଇଥଲା । ଏହି ଫିଲ୍ମଟି ବ୍ଲକବଷ୍ଟର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । କାରଣ ଏହି ଟିଜରକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ତେଣୁ ଫିଲ୍ମର ରିଲିଜ୍‌କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

bollywood newssalman health caresalman khan facesalman-khan-fans-worried health problem
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami