ଆଲିଆଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରଣବୀର

ମୁୁମ୍ବାଇ: ବଲିଉଡ଼ର ଷ୍ଟାର କପଲ ରଣବୀର କପୁର ଓ ଆଲିଆ ଭଟ୍ଟ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ତେବେ, ରଣବୀର ତାଙ୍କ ଆଗାମୀ ଫିଲ୍ମ ‘ଆନିମଲ୍‌’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ‘ଆନିମଲ୍‌’ ଫିଲ୍ମଟି ଆସନ୍ତା ଡିସେମ୍ବର ୧ ତାରିଖରେ ପରଦାକୁ ଆସିବ । ଏହାକୁ ନେଇ ରଣବୀର ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଆଲିଆଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରଣବୀର କପୁର । ସେ ବଲିଉଡ଼ର ଆଗ ଧାଡ଼ିର ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

‘କଫି ଉଇଥ କରଣ’ ରେ ଏମିତି କହିଛନ୍ତି ରଣବୀର

ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ସୋ’ ‘କଫି ଉଇଥ କରଣ’ର ନୂଆ ସିଜିନ ପାଇଁ ଚର୍ଚ୍ଚାରେ ଅଛନ୍ତି । କରଣଙ୍କ ସୋ’ର ଅଷ୍ଟମ ସିଜିନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ସୋ’ ସହିତ ଜଡିତ ଅନେକ ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ଦେଖିଲେ ଲାଗୁଛି ଯେ, ସୋ’ର ଟିଆରପି ପାଇଁ ଏଥର ଆହୁରି ଅଧିକ ବିବାଦୀୟ ପ୍ରଶ୍ନ ପଚାରିବେ କରଣ । ନୂଆ ସିଜିନ ଆରମ୍ଭ ହେବା ପୂର୍ବରୁ ଏବେ ପୁରୁଣା ସିଜିନର ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ରଣବୀର କପୁର ଆଲିଆଙ୍କୁ ନୁହେଁ ବରଂ ଅନୁଷ୍କା ଶର୍ମାଙ୍କୁ ବିବାହ କରିବାକୁ ଚାହୁଁଥିବା କହୁଛନ୍ତି ।

ଆଲିଆଙ୍କ ସହ ହୁକ୍ ଅପ୍ କରିବାକୁ ଚାହାଁନ୍ତି

କରଣ ଜୋହର ପ୍ରଶ୍ନ କରୁଛନ୍ତି ଯେ, ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା ଓ ଜାକଲିନ ଫର୍ଣ୍ଣାଡିଜଙ୍କ ମଧ୍ୟରୁ କାହାକୁ ‘କିଲ୍‌’, ‘ମ୍ୟାରି’ ଓ ‘ହୁକ୍ ଅପ’ କରିବାକୁ ଚାହୁଁଛ । ଉତ୍ତରରେ ରଣବୀର କହୁଛନ୍ତି ଯେ, ସେ ଅନୁଷ୍କା ଶର୍ମାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ହେଲେ ଯେହେତୁ ସେ ଏବେ ବିବାହ କରି ଖୁସିରେ ଅଛନ୍ତି, ତେଣୁ ସେ ଆଉ କାହାକୁ ବିବାହ କରିବାକୁ ଚାହିବେ ନାହିଁ । ଆଲିଆଙ୍କ ନାମ ବିକଳ୍ପରେ ଥାଇ ବି ସେ ଆଲିଆଙ୍କ ସହ କେବଳ ‘ହୁକ୍ ଅପ’ କରିବାକୁ ଚାହାନ୍ତି ବୋଲି କହିଥିବା ଦେଖାଯାଇଛି ।

bollywood actor ranbir kapoorbollywood newsranbir kapoor once revealed he rejected alia bhatt and wants to marry anushka sharmaranbir kapoor viral videoviral video
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami