ହିନ୍ଦୁ ଧର୍ମକୁ ଅପମାନିତ କରିଥିବାରୁ କପୁର ପରିବାର ନାଁ’ରେ ଅଭିଯୋଗ

ମୁମ୍ବାଇ: ସନାତନ ଧର୍ମ ଓ ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କାରଣରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ମୁମ୍ବାଇର ଘାଟକୋପର ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ ବି କରିଛି । ଦୁଇଜଣ ଓକିଲ ଏହି ଅଭିଯୋଗ ଫାଇଲ୍ କରିଥିବା ଜଣାଯାଇଛି ।

କେକ୍ କାଟିବା ବେଳେ ଜୟ ମାତାଦୀ କହିଲେ ରଣବୀର

ଦୁଇ ଓକିଲଙ୍କ ଅଭିଯୋଗ ‘ବଡ଼ଦିନ ପାଳନ’ ବେଳେ ଉତ୍ତୋଳନ କରାଯାଇଥିବା ଏବଂ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଭିଡିଓ ଉପରେ ଆଧାରିତ । ଉକ୍ତ ଭିଡିଓରେ ରଣବୀର କପୁର କେକ୍ ଉପରେ ଲାଗିଥିବା ମହମବତି ପ୍ରଜ୍ଜ୍ୱଳନ କରିବାକୁ ଯାଇ ‘ଜୟ ମାତା ଦୀ ’କହୁଥିବା ବେଳେ ଜହାନ୍ କପୁର ତା’ ଉପରେ ମଦ ଢାଳୁଥିବା ଦେଖାଯାଉଛି । ଶଶି କପୁରଙ୍କ ପୁଅ ତଥା ରଣବୀରଙ୍କ ଦାଦା କୁନାଳ କପୁରଙ୍କ ଘରେ ବଡ଼ଦିନ ପାଳନ ହେଉଥିବା ବେଳେ ଏହି ଭିଡିଓ ଉତ୍ତୋଳନ କରାଯାଇଛି । କୁନାଳ କପୁର ବଡ଼ଦିନ କେକ୍ ସମ୍ମୁଖରେ ବସିଥିବା ସେଥିରେ ଦେଖାଯାଉଛି ।

ଧାର୍ମିକ ଭାବାବେଗକୁ ଆଘାତ କରିଛନ୍ତି ରଣବୀର

ଅଭିଯୋଗକାରୀ ଓକିଲ ଆଶିଷ ରାୟ ଓ ପଙ୍କଜ ମିଶ୍ରା କହିଛନ୍ତି ଯେ, ହିନ୍ଦୁ ଧର୍ମ ଅନୁସାରେ, ଅନ୍ୟ ଦେବାଦେବୀଙ୍କ ସମ୍ମୁଖରେ ଅଗ୍ନିଦେବଙ୍କୁ ଆବାହନ କରାଯାଏ । କିନ୍ତୁ, କପୁର ଓ ତାଙ୍କ ପରିବାରର ସଦସ୍ୟମାନେ ଜାଣିଶୁଣି ହିନ୍ଦୁଧର୍ମରେ ନିଷିଦ୍ଧ ଥିବା ନିଶା ସାମଗ୍ରୀ ବ୍ୟବହାର କରିବା ସହିତ ଅନ୍ୟ ଧର୍ମ ପାଳନ କରୁଥିବା ବେଳେ ‘ଜୟ ମାତା ଦୀ’ ଉଚ୍ଚାରଣ କରିଛନ୍ତି । ଏହା ଧାର୍ମିକ ଭାବାବେଗକୁ ଆଘାତ ଦେଉଛି ।ସେମାନେ ରଣବୀର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ଏତଲା ଦେଇଛନ୍ତି ।

bollywood actor ranbir kapoorbollywood actor ranbir kapoor and familyRanbir kapoor faces complaint for hurting religious sentimentsviral video
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami