ଅଟୋରେ ଯାତ୍ରା କଲେ ମଲାଇକା

ମୁମ୍ବାଇ: :ବଲିଉଡର ଫିଟନେସ୍ କୁଇନ୍ ଭାବେ ଅଭିନେତ୍ରୀ ମଲାଇକା ଆରୋରା ଖୁବ୍ ଜଣାଶୁଣା । ସେ ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ନିଜର ବିଳାସପୂର୍ଣ୍ଣ ଗାଡ଼ି ଛାଡ଼ି ଅଟୋରେ ଯାଉଥିବା ଦେଖିବାକୁ ମିଳିଛନ୍ତି,ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

କ୍ୟାମେରାମ୍ୟାନଙ୍କୁ ଦେଖି ମୁହଁ ଲୁଚାଇଲେ ମଲାଇକା

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିଜର ରିଆଲିଟି ସୋ “ଝଲକ୍ ଦିଖ୍‌ଲା ଯା”ରେ ଏବେ ବିଚାରପତି ଭୂମିକା ତୁଲାଉଥିବା ଅଭିନେତ୍ରୀ ମଲାଇକା ଆରୋରା ଦିନେ ରାତିରେ ତାଙ୍କର ଜଣେ ପୁରୁଷବନ୍ଧୁଙ୍କ ସହ ଅଟୋରେ ଯାଉଥିଲେ । ସେ ହଠାତ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ମୁହଁ ଲୁଚାଉଥିବାର ନଜର ଆସିଥିଲେ । ମଲାଇକା ମୁହଁରେ ହାତ ରଖି କ୍ୟାମେରାମ୍ୟାନମାନଙ୍କ ବିପରୀତ ଦିଗକୁ ବୁଲି ବସିଥିବାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ତେବେ “ଝଲକ୍ ଦିଖ୍‌ଲା ଯା”ର ସବୁଠାରୁ ମହଙ୍ଗା ବିଚାରପତିଙ୍କର ଏପରି ଅଟୋରେ ଯାତ୍ରା ଅନେକଙ୍କୁ ଚକିତ କରିଛି । ତେବେ ମଲାଇକାଙ୍କର ଏହା ପ୍ରଥମ ଅଟୋ ଯାତ୍ରା ନୁହେଁ । ପୂର୍ବରୁ ବି ଅନେକ ଥର ମୁମ୍ବାଇର ଭିଡ଼ରୁ ବଞ୍ଚିବା ପାଇଁ ସେ ନିଜର ବିଳାସମୟ ଗାଡ଼ି ଛାଡ଼ି ଅଟୋରେ ଯାତ୍ରା କରିଛନ୍ତି ।

bollywood actress malaika aroraMalaika arora traveled by autoMalaika hid her face seeing the cameraman
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami