ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିଥିବା ପୁନମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମୁମ୍ବାଇ: ନିଜ ମୃତ୍ୟୁ ସଂକ୍ରାନ୍ତ ମିଥ୍ୟା ଖବର ପ୍ରସାର କରି ଫସିଲେ ମଡେଲ୍ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ । ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଶନିବାର ମହାରାଷ୍ଟ୍ର ବିଧାନ ପରିଷଦ୍‌ର ସଦସ୍ୟ ସତ୍ୟଜିତ ତାମ୍ବେ ଦାବି କରିଛନ୍ତି । ସେ କହିଛନ୍ତି, ନିଜସ୍ୱ ପ୍ରଚାର ବା ନାଁ ପାଇଁ ଏଭଳି କାର୍ଯ୍ୟ ବା କୌଶଳ ଅବଲମ୍ବନ କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟାନ୍ତସ୍ୱରୂପ ପାଣ୍ଡେଙ୍କ ନାଁରେ ମାମଲା ରୁଜୁ କରାଯିବା ଉଚିତ । ସର୍ଭିକାଲ୍ କର୍କଟରୋଗରେ ପୁନମଙ୍କର ମୃତ୍ୟୁ ଘଟିଛି ବୋଲି ଖବର ପ୍ରସାରିତ ହେବା ପରେ ଏ ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିତର୍କ ହୋଇଥିଲା । କିନ୍ତୁ, ଶନିବାର ଦିନ ୩୨ ବର୍ଷୀୟା ପୁନମ ନିଜେ ଘୋଷଣା କଲେ ଯେ, ସେ ବଞ୍ଚିଛନ୍ତି । କର୍କଟରୋଗ ସମ୍ବନ୍ଧରେ ହୃଦ୍‌ବୋଧ ହେବା ପରି ଜନସଚେତନା ପ୍ରସାର ଲାଗି ସେ ଏଭଳି ମିଥ୍ୟା ଖବର ପ୍ରକାଶ କରିଥିଲେ ।

ଏହା ଜନସଚେତନତା ପ୍ରସାର କରିବାର ଉପାୟ ନୁହେଁ

‘ଏମ୍‌ଏଲ୍‌ସି’ ବା ବିଧାନ ପରିଷଦ୍ ସଦସ୍ୟ ତାମ୍ବେ ଜାରି କରିଥିବା ବିବୃତିରେ କହିଛନ୍ତି, ସେ ବିଭ୍ରାନ୍ତିକର ଖବର ଦେଇଥିବା ଅଥବା ପ୍ରକାଶ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ସର୍ଭିକାଲ୍ କର୍କଟରୋଗରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଅଥବା ମଡେଲ୍‌ଙ୍କ ମୃତ୍ୟୁ ସମ୍ବାଦ ଏହି ରୋଗ ସଂକ୍ରାନ୍ତରେ ଜନସଚେତନତା ପ୍ରସାର କରିବାର ଉପାୟ ହୋଇ ନ ପାରେ । ଏ ସମସ୍ତ ଘଟଣା ସର୍ଭିକାଲ୍ କର୍କଟରୋଗର ସାଙ୍ଘାତିକତା ଉପରୁ ଜନତାଙ୍କ ଧ୍ୟାନ ହଟାଇ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ଆଡ଼କୁ ନେଇଯାଉଛି । ଜନସଚେତନତା ପ୍ରସାର କରିବା ଅପେକ୍ଷା ଅଭିନେତ୍ରୀଜଣକ କର୍କଟରୋଗ ପୀଡ଼ିତଙ୍କ ସହିତ ମଜାକ୍ କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ତାମ୍ବେ କହିଛନ୍ତି ।

bollywood actress poonam pandayfaking deathmaharashtra lawmaker seeks action against poonam pandey
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami