ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବି ନାହିଁ

ମୁମ୍ବାଇ: ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ଭୂମିକାରେ ଅଭିନୟ କରିବି ନାହିଁ । ଏଥିଲାଗି ଅନେକ ଫିଲ୍ମ ପ୍ରତ୍ୟାଖାନ କରିଛି ବୋଲି କହିଛନ୍ତି ବଲିଉଡ଼ର ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ । ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି ।

ମାଧୁରୀ-ସଲମାନ ଯୋଡ଼ିକୁ ପସନ୍ଦ କରନ୍ତି ଲୋକେ

‘ହମ୍ ଆପକେ ହେଁ କୌନ୍‌’ରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ସଲମାନ ଖାନଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଥିଲା । ଉଭୟଙ୍କ ଅନ୍‌-ସ୍କ୍ରିନ୍ କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଥିଲା । ସଲମାନ ଖାନଙ୍କ ଫିଲ୍ମ ‘ହମ ସାଥ ସାଥ ହେଁ’ ମଧ୍ୟ ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା । କିନ୍ତୁ ଆପଣ ଜାଣନ୍ତି କି ଏହି ଫିଲ୍ମ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ଅଫର୍ କରାଯାଇଥିଲା । ହେଲେ ମାଧୁରୀ ଏହି ଫିଲ୍ମ କରିବାକୁ ରୋକଠୋକ୍ ମନା କରିଥିଲେ । ଏହାର କାରଣ ଥିଲେ ସଲମାନ ଖାନ ।

ମନ ମୁତାବକ ଚରିତ୍ର ନ ମିଳିବାରୁ କରିଥିଲେ ରିଜେକ୍ଟ

ଏକ ସାକ୍ଷାତକାରରେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ, ‘ହମ ସାଥ ସାଥ ହେଁ’ରେ ତାଙ୍କୁ ସଲମାନଙ୍କ ଭାଉଜ ଚରିତ୍ର କରିବାକୁ ଅଫର ମିଳିଥିଲା, ଯେଉଁ ଚରିତ୍ର ଅଭିନେତ୍ରୀ ତବୁ କରିଥିଲେ । ହେଲେ ‘ହମ୍ ଆପକେ ହେଁ କୌନ୍‌’ରେ ପ୍ରେମିକା ହୋଇସାରିବା ପରେ ‘ହମ ସାଥ ସାଥ ହେଁ’ରେ ସଲମାନଙ୍କ ଭାଉଜ ହେବାକୁ ଚାହୁନଥିଲେ ମାଧୁରୀ । ସେ ସୂରଜ ବଡଜାତ୍ୟାଙ୍କ ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କୁ କରିସ୍ମା କପୁର କିମ୍ବା ସୋନାଲି ବେନ୍ଦ୍ରେଙ୍କ ଚରିତ୍ର ଦେବାକୁ ସୂରଜଙ୍କୁ ପ୍ରସ୍ତାବ ଦେଇଥିଲେ ମାଧୁରୀ । ହେଲେ ତାଙ୍କୁ ନିଜ ମନ ମୁତାବକ ଚରିତ୍ର ନ ମିଳିବାରୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ ।ଉଲ୍ଲେଖଯୋଗ୍ୟ, ଦୀପାବଳି ଅବସରରେ ନଭେମ୍ବର ୫,୧୯୯୯ରେ ‘ହମ ସାଥ ସାଥ ହେଁ’ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୩୯.୧୮କୋଟି ଟଙ୍କା ସଂଗ୍ରହ କରିଥିଲା । ଏହା ସଲମାନ ଖାନଙ୍କ ଦ୍ୱିତୀୟ ବ୍ଲକବଷ୍ଟର ହିଟ୍ ହୋଇଥିଲା ।

bollywood newsmadhuri and salama
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami