ଟାଇଗର-୩ର ଫଟୋ ଅଶ୍ଲୀଳ କରି କରାଗଲା ସେୟାର

ମୁମ୍ବାଇ: ଭାଇରାଲ ହେଉଛି କ୍ୟାଟ୍ରିନାଙ୍କ ଅଶ୍ଲୀଳ ଭିଡିଓ । ଟେକ୍‌ନୋଲୋଜିର ଦୂରପବ୍ୟବହାର ଦ୍ୱାରା ତିଆରି ହେଉଛି ଅଶ୍ଲୀଳ ଫଟୋ । ବର୍ତ୍ତମାନ ଏଭଳି ଏକ ନିନ୍ଦନୀୟ ଘଟଣାର ଶୀକାର ହୋଇଛନ୍ତି କ୍ୟାଟ୍ରିନା । ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ପରେ ବର୍ତ୍ତମାନ ଡିପଫେକ ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଶୁକ୍ରବାର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଯୁବତୀଙ୍କ ଭିଡିଓରେ ଅଭିନେତ୍ରୀ ରଶ୍ମିକାଙ୍କ ମୁହଁ ଲଗାଯାଇ ଏହାକୁ ସେୟାର କରାଯାଇଥିଲା । ଭିଡିଓ ଦେଖିଲେ ଏହା ଅସଲି କି ନକଲି ବୋଲି ଜାଣିବା କଷ୍ଟକର ହୋଇପଡ଼ିଥିଲା । ରଶ୍ମିକାଙ୍କ ଏଭଳି ଭିଡିଓ ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ପରେ ଡିପଫେକ ଟେକ୍ନୋଲୋଜି ମାଧ୍ୟମରେ ଭିଡିଓ ଏଡିଟ ହୋଇଥିବା ସାମ୍ନାକୁ ଆସିଥିଲା ।

କ୍ୟାଟ୍ରିନା ହେଲେ ଡିପଫେକର ଶିକାର

ଏବେ ଏହାର ଶିକାର ହୋଇଛନ୍ତି କ୍ୟାଟ୍ରିନା । ଆଗାମୀ ଫିଲ୍ମ ‘ଟାଇଗର-୩’ରେ କ୍ୟାଟ୍ରିନା ଟାୱେଲ ପିନ୍ଧି ଫାଇଟିଂ କରୁଥିବାର ନଜର ଆସିବେ । ଏବେ କ୍ୟାଟ୍ରିନାଙ୍କ ଟାୱେଲ ପିନ୍ଧା ଫଟୋକୁ ଏଡିଟ୍ କରି ଅଶ୍ଲୀଳ କରାଯାଇଥିବା ଜଣାଯାଇଛି । ଡିପଫେକ ଟେକ୍ନୋଲୋଜିର ସାହାଯ୍ୟରେ କେହି ଜଣେ କ୍ୟାଟ୍ରିନାଙ୍କ ଫଟୋ ଏଡିଟ୍ କରି ତାଙ୍କୁ ବିକିନି ପିନ୍ଧାଇଛି । ବର୍ତ୍ତମାନ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପୂର୍ବରୁ ରଶ୍ମିକାଙ୍କ ଏଡିଟେଡ ଭିଡିଓ ଭାଇରାଲ ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଗ୍ ବି ଅମିତାଭ ବଚ୍ଚନ । ନିଜର ଏଭଳି ଭିଡିଓ ଭାଇରାଲ ହେବା ଦେଖି ରଶ୍ମିକା କହିଛନ୍ତି, ‘‘ବାସ୍ତବରେ ଏହା ଏକ ଭୟାବହ ଘଟଣା । ଏହାକୁ ଦେଖି ମୋତେ ଭୟ ଲାଗୁଛି । ଯଦି ମୋ ସହ ଏହା ସ୍କୁଲ କି କଲେଜ ଦିନରେ ଘଟିଥାଆନ୍ତା ତେବେ ଏହାର କେମିତି ସାମ୍ନା କରିଥାଆନ୍ତି ମୁଁ ଜାଣି ନାହିଁ । ହେଲେ ଏବେ ମୁଁ ପରିସ୍ଥିତି ଓ ଘଟଣାକୁ କେମିତି ଆୟତ୍ତ କରିବାକୁ ହେବ ତାହା ଭଲ ଭାବେ ଜାଣି ସାରିଲିଣି ।’’

bollywood actressbollywood actress katrinaKatrina's pornographic photos go viral
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami