୫ ବର୍ଷ ଏକାଠି ରହିବା ପରେ କ’ଣ ପାଇଁ ସୈଫଙ୍କୁ ବିବାହ କଲେ କରୀନା, କହିଲେ କାରଣ

ମୁମ୍ବାଇ: ଲିଭ୍ ଇନ୍‌ରେ ଥିଲୁ । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ଲିଭ୍ ଇନ୍‌ରେ ଥିଲୁ । ବହୁତ ଖୁସିରେ ଥିଲୁ । କିନ୍ତୁ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ବିବାହ କରିବାକୁ ନିଷ୍ପତ୍ତି ନେଲୁ ଓ ବିବାହ ବି କଲୁ । ଏମିତି କିଛି କହିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ।

ସନ୍ତାନ ପାଇଁ କରିଲୁ ବିବାହ

କରୀନା କପୁର ୨୦୧୨ ମସିହାରେ ଅଭିନେତା ସୈଫ ଅଲି ଖାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନିକଟରେ ଏକ ସାକ୍ଷାତକାରରେ କରୀନା ବିବାହ କରିବାର କାରଣ କ’ଣ କହିଛନ୍ତି । ସେ କହିଛନ୍ତି ଯେ ସେମାନେ ସେମାନଙ୍କର ଜୀବନରେ ଖୁସିରେ ଥିଲେ । ୫ ବର୍ଷ ଏକାଠି ରହିବା ପରେ ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଲୁ । ହେଲେ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ଦୁହେଁ ବିବାହ କରିଲୁ । ବିବାହ ପରେ କରୀନା ୨୦୧୬ରେ ତାଙ୍କର ପ୍ରଥମ ସନ୍ତାନ ତୈମୁର ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । ଏହା ପରେ ୨୦୨୧ରେ ତାଙ୍କର ଦ୍ୱିତୀୟ ପୁଅ ଜେହଙ୍କ ଜନ୍ମ ହୋଇଥିଲା ।

ମୋ ପରିବାର ମୋ ଜୀବନ

କରୀନା ଆହୁରି କହିଛନ୍ତି, “ମୁଁ ମୋ ପରିବାର, ମୋ ପିଲାମାନେ, ମୋ ସ୍ୱାମୀ, ମୋର ୫ ଜଣ ବନ୍ଧୁଙ୍କ ସହ ଅତ୍ୟଧିକ ଜଡିତ । ସେମାନେ ମୋର ଜୀବନ । ମୋତେ ମୋର ଲୋକମାନେ ଦରକାର । ମୋର ସ୍ପଟ୍ ବଏ ମୋ ସହ ମୋର ପ୍ରଥମ ଫିଲ୍ମରୁ ଅଛନ୍ତି । ଯେଉଁମାନେ ମୋ ଦୁନିଆକୁ ଆସନ୍ତି, ମୁଁ ସେମାନଙ୍କୁ ଯିବାକୁ ଦିଏ ନାହିଁ ଏବଂ ସେମାନେ ବି ମୋତେ ଛାଡ଼ନ୍ତି ନାହିଁ ।”

bollywood actress karina kapoorbollywood newskarina kapoor and saifalli khan
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami