କ୍ୟାରିୟରରେ କରିନାହାନ୍ତି ବୋଲ୍ଡ ସିନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜୋଲ । ତାଙ୍କର ଚିତାକର୍ଷକ ଅଭିନୟ ପାଇଁ ସେ ପ୍ରତ୍ୟେକଙ୍କ ପ୍ରିୟ ହୋଇପାରିଛନ୍ତି । ସେ ବଲିଉଡ଼ରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଯାହାକୁ ଦର୍ଶକ ବାରବାର ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରିଛନ୍ତି । ହେଲେ ଦର୍ଶକ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ନିଜ କ୍ୟାରିୟରରେ କେବେ ବି ବୋଲ୍ଡ ସିନ୍ କରି ନାହାନ୍ତି । କାଜୋଲ ଯେଉଁଠିକି ଯାଆନ୍ତି ସେଠି ଏକ ନିଆରା ପରିବେଶ ସୃଷ୍ଟି କରନ୍ତି । କୌଣସି ସାକ୍ଷାତକାର ହେଉ କି ଇଭେଣ୍ଟ । ସବୁଠି କାଜୋଲଙ୍କ ଉପରେ ଥାଏ ସମସ୍ତଙ୍କ ନଜର । ଦୀର୍ଘବର୍ଷ ପରେ କାଜଲ କହିଛନ୍ତି, ସେ ପରଦାରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଦୃଶ୍ୟ କରିବା ଠାରୁ ଦୂରେଇ ରୁହନ୍ତି ।

ବୋଲ୍ଡ ସିନ୍‌ରେ ନିଜକୁ କମ୍ଫର୍ଟ ମନେ କରନ୍ତି ନାହିଁ

୧୯୯୨ରେ ଫିଲ୍ମ ‘ବେଖୁଦି’ ରେ ନିଜର କ୍ୟାରିୟର ଆରମ୍ଭ କରିଥିବା କାଜୋଲା । ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଯାହା ତାଙ୍କୁ ଜଣେ ଦକ୍ଷ ଅଭିନେତ୍ରୀ ବୋଲି ପ୍ରମାଣିତ କରିଛି । କ୍ୟାରିୟରର ଆରମ୍ଭରେ ସେ ନିଜର ସରଳ ଚେହେରା ସହିତ ଲୋକଙ୍କ ହୃଦୟ ଜିତିଥିଲେ । ୯୦ ଦଶକରେ ବି’ ଟାଉନ୍‌ରେ ସେ ହଇଚଇ ସୃଷ୍ଟି କରୁଥିଲେ । ତାଙ୍କର ସମାନ ଷ୍ଟାରଡମ ଆଜି ବି ଜାରି ରହିଛି । ନିକଟରେ କାଜୋଲ କହିଛନ୍ତି ଯେ, ତାଙ୍କୁ ଲୋକଙ୍କୁ ହସାଇବାକୁ ଭଲ ଲାଗେ । ତେଣୁ ସେ ଲଜ୍ଜାଜନକ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ । ଶୁଟିଂ ସମୟରେ ସେ କାଷ୍ଟ ସହିତ କେତେ ମଜା କରନ୍ତି ସେ ବିଷୟରେ ଅନେକ କଥା କହିଛନ୍ତି । ଏକଥା ନିଜେ ସେ ଅନେକ ସାକ୍ଷାତକାରରେ ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ବୋଲ୍ଡ ସିନ୍‌ରେ ନିଜକୁ କମ୍ଫର୍ଟ ମନେ କରନ୍ତି ନାହିଁ । ତେଣୁ ବୋଲ୍ଡ ସିନ୍‌ଠାରୁ ସେ ଦୂରେଇ ରୁହନ୍ତି । ଏହି କାରଣରୁ ସେ ଅନେକ ବ୍ଲକବଷ୍ଟର ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିମଧ୍ୟରୁ ଗଦର ହେଉଛି ଗୋଟିଏ ।

bollywood actress kajolkajol not doing bold sceneskajol said the real reason for not doing bold scenes in her career
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami