100 ବର୍ଷର ଇତିହାସରେ ଏମିତି ପ୍ରଥମ ଥର ପାଇଁ ହୋଇଛି, ଜାଣନ୍ତୁ କ’ଣ ?

ଶହେ ବର୍ଷର ଇତିହାସରେ ଏମିତି ପ୍ରଥମ ଥର ପାଇଁ ହୋଇଛି । ଏହି ହେଡ୍ ଲାଇନ୍ ପଢ଼ିବା ପରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କ’ଣ ଏମିତି ହୋଇଛି ? ଉତ୍ତର ସନ୍ନି ପାଜି, ରଜନୀକାନ୍ତ, ଭାରତ କୁମାର ଓ ଚିରଞ୍ଜବୀଙ୍କ ସହିତ ଜଡ଼ିତ । ଏହି 4 ଷ୍ଟାରଙ୍କ ଫିଲ୍ମ ଶହେ ବର୍ଷ ଭିତରେ ଏମିତି କିଛି କରିଛି ଯାହା ଆଗରୁ କେବେ ଭାରତୀୟ ସିନେମାରେ ହୋଇନଥିଲା

ଶହେ ବର୍ଷରେ ପ୍ରଥମ ଥର ପାଇଁ ସୁପର ୱିକେଣ୍ଡ୍

ଗୋଟିଏ ୱିକେଣ୍ଡ୍ ବା ସପ୍ତାହନ୍ତରେ ଗୋଟିଏ ଫିଲ୍ମ ବକ୍ସ ଅଫିସରେ କମାଲ ଦେଖାଇବା କଥା ଆମେ ଜାଣିଛେ । କିନ୍ତୁ ଏକକାଳୀନ ଚାରି ଚାରିଟି ଫିଲ୍ମ ବକ୍ସ ଅଫିସରେ ଧମାକା କରିବା ଭଳି ବିଚିତ୍ର ଘଟଣା ଶହେ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଟିଛି । ଅତିକମରେ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀରେ ଆଗରୁ ଏମିତି ଦେଖିବାକୁ ମିଳିନଥିଲାରଜନୀକାନ୍ତଙ୍କ ଜେଲର, ସନି ଦେୱଲଙ୍କ ଗଦ୍ଦର-2, ଅକ୍ଷୟ କୁମାରଙ୍କ ଓଏମଜି 2 ଓ ଚିରଞ୍ଜବୀଙ୍କ ଭୋଲା ଶଙ୍କର ଏହି କମାଲ କରି ଦେଖାଇଛନ୍ତି । ଭାରତୀୟ ଫିଲ୍ମ ପ୍ରଡ୍ୟୁସର ସଂଘ ମଧ୍ୟ ଏହି ତଥ୍ୟ ଉପରେ ମୋହର ମାରିଛି ଯେ,ଶହେ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ସପ୍ତାହନ୍ତରେ 4ଟି ଫିଲ୍ମ ଏକାଥରକେ ବକ୍ସ ଅଫିସର ରେକର୍ଡ୍ ବ୍ୟବସାୟ କରୁଛନ୍ତି ।

4 ଫିଲ୍ମଙ୍କ ବ୍ୟବସାୟ ପ୍ରଥମ ସପ୍ତାହରେ 3ଶହ କୋଟିରୁ ଅଧିକ

ସନ୍ନି ଦେୱଲଙ୍କ ଗଦର ବକ୍ସ ଅଫିସରେ ଟିକେଟ୍ କାଉଣ୍ଟରରେ ଭଙ୍ଗାରୁଜା କରୁଛି କହିଲେ ଭୁଲ ହେବନି । ସନ୍ନି ପାକିସ୍ତାନରେ ହ୍ୟାଣ୍ଡ ପମ୍ପ ଓପାଡ଼ିଲା ଭଳି ଏହି ଫିଲ୍ମ ରେକର୍ଡ ଓପାଡି ନୂଆ ରେକର୍ଡ୍ ସୃଷ୍ଟି କରୁଛି । ପ୍ରଥମ ଦିନରେ 42 କୋଟି 10 ଲକ୍ଷର ଟିକେଟ୍ ବିକ୍ରି କରିଥିବା ଗଦ୍ଦର ଶନି ଓ ରରିବାରକୁ ମିଶାଇ ଶହେ କୋଟିରୁ ଉଦ୍ଧ୍ୱ ବ୍ୟବସାୟ କରିଛି । ସେହିଭଳି ସୁଦୂର ଦକ୍ଷୀଣରେ ଜେଲର ରଜନୀକାନ୍ତ ଶହେ କୋଟି ଟପି ଅଢେଇଶ କୋଟି ପାଖାପାଖି ହେଲେଣି । କୁହାଯାଉଛି ଦ୍ୱିତୀୟ ସପ୍ତାହ ବେଳକୁ ଏହି ଫିଲ୍ମ ତିନି ଶହ କୋଟି କ୍ଲବରେ ସାମିଲ ହୋଇଯିବଆନ୍ଧ୍ର ଓ ତେଲେଙ୍ଗାନାରେ ଚିରଞ୍ଜବୀଙ୍କ ଭୋଲାଶଙ୍କର ରୂପ ଦର୍ଶକଙ୍କୁ ପସନ୍ଦ ଆସୁଛି । ତାଙ୍କ ଫିଲ୍ମ ମଧ୍ୟ ପ୍ରଥମ ସପ୍ତାହନ୍ତରେ ପାଖାପାଖି 50 କୋଟି ବିଜନେସ୍ କରି ସାରିଲାଣି । ଅନ୍ୟପକ୍ଷରେ ଅକ୍ଷୟଙ୍କ ଓ ମାଇ ଗଡ୍ 2 ବି ବକ୍ସ ଅଫିସରେ କମାଲ ଦେଖାଉଛିସନିଙ୍କ ଗଦ୍ଦର ମାଡରେ ଏହି ଫିଲ୍ମର ବକ୍ସ ଅଫିସ କଲେକ୍ସନ କିଛିଟା ପ୍ରଭାବିତ ହୋଇଛି ସତ କିନ୍ତୁ ରେସରୁ ଓହରି ନାହିଁଫିଲ୍ମର କାହାଣୀ ଲୋକଙ୍କୁ ପସନ୍ଦ ଆସୁଛି । ଏହା ପ୍ରଥମ ଦିନରେ 16 କୋଟିର ବିଜନେସ୍ କରିଥିଲା । ଏହାପରେ ଓଏମଜିର ବ୍ୟବସାୟ ବଢ଼ିଛି । ତେଣୁ ଆଗକୁ ମଧ୍ୟ ଏହାର କଲେକ୍ସନ ବଢ଼ିବ ।

ଶହେ ବର୍ଷ ମଧ୍ୟରେ ଏମିତି କେବେ ହୋଇଥିଲା କି ?

ଉତ୍ତର ହେଉଛି ନା । ଶହେ ବର୍ଷ ମଧ୍ୟରେ ଏମିତି କେବେ ହୋଇନଥିଲା । ଏକାକାଳୀନ 4 ଟି ଫିଲ୍ମ ବ୍ଲକ ବଷ୍ଟର ହିଟ୍ ହେବାର ଏହା ପ୍ରଥମ ଘଟଣା । ଆଗରୁ ଦୁଇଟି ଫିଲ୍ମ ହିଟ୍ ହେବାର ନଜିର ରହିଛି । କନ୍ତୁ ଏକାଥରକେ 4ଟି ଫିଲ୍ମ ହିଟ୍ ହେବାର ଉଦାହରଣ ନାହିଁ ।

 

2023 blockbuster movies2023 blockbuster movies bollywoodbhola shankar reviewbhola shankar teaserchiranjeevi new movie bhola shankarindian blograjinikanth jailer box officerajinikanth jailer movierising odishasunny deol gadar 2sunny deol gadar 2 movie
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami