‘ବେବି ବମ୍ପ’ ଫଟୋ ସେୟାର କଲେ ଅନୁଷ୍କା

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ସେ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ । ହେଲେ ଇନଷ୍ଟାରେ ଏବେ ସେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ତାଙ୍କ ‘ବେବି ବମ୍ପ’ ଥିବା ଦେଖିବାକୁ ମିଳିଛି । ଏହି ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦେଖିବା ପରେ ଅନୁଷ୍କା ଗର୍ଭବତୀ ଥିବା ନେଇ ପ୍ରଶଂସକମାନେ ସ୍ପଷ୍ଟ ହୋଇଯାଇଛନ୍ତି । ଅନେକ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଫଟୋ ସେୟାର କରି ଗର୍ଭବତୀ ଥିବା ନେଇ ଦେଲେ ସଙ୍କେତ

ନିକଟରେ ଅନୁଷ୍କା ୱାନ ପ୍ଲସ ଫୋନର ବିଜ୍ଞାପନ କରୁଥିଲେ । ଏହି ସମୟର ୨ଟି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ୨ଟି ଫଟୋରେ ସେ ୱାନ ପ୍ଲସର ୨ଟି ଫୋନ ଧରିଛନ୍ତି । ଗୋଟିଏ ଫଟୋରେ ସେ ୱାନ ପ୍ଲସର ପୁରୁଣା ଫୋନ ଧରିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ୱାନ ପ୍ଲସର ନୂଆ ଲଞ୍ଚ ହୋଇଥିବା ଫୋନ ଧରିଛନ୍ତି । ତେବେ ୱାନ ପ୍ଲସର ପୁରୁଣା ଫୋନ ଧରିଥିବାର ସେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଅନୁଷ୍କାଙ୍କ ‘ବେବି ବମ୍ପ’ ଥିବା ଦେଖିବାକୁ ମିଳିଛି । ହେଲେ ‘ବେବି ବମ୍ପ’ଟି ଏବେର ନୁହେଁ ବରଂ ପ୍ରଥମ ଗର୍ଭବସ୍ଥାର ବୋଲି ଜଣାପଡ଼ିଛି । ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ଅନୁଷ୍କା ସ୍ପଷ୍ଟୀକରଣ ରଖିନଥିବା ବେଳେ ଫୋନର ବିଜ୍ଞାପନ ପାଇଁ ‘ବେବି ବମ୍ପ’ର ଫଟୋ ବାଛି ସେ ନିଜ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇଛନ୍ତି । ପୁରୁଣା ଫଟୋ ସେୟାର କରି ଅନୁଷ୍କା ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ସଙ୍କେତ ଦେଇଥିବା ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

anushka Sharma share her baby bump photoanushka Sharma share her baby bump photo amid 2nd pregnancy rumours time fliesbollywood actress anuska sharmabollywood news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami