ଅଲଗା ହେଲେ କି ଅନନ୍ୟା-ଆଦିତ୍ୟ, ବ୍ରେକ୍‌ଅପ୍‌କୁ ନେଇ ଏମିତି କହିଲେ ଅନନ୍ୟା

ମୁମ୍ୱାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏବେ ସେ ଖୁବ୍ ଚର୍ଚ୍ଚାରେ । ‘ଡ୍ରିମ୍ ଗାର୍ଲ’ରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଅନନ୍ୟା । ସେ ଖୁବ୍ ଶୀଘ୍ର ଓଟିଟିରେ ରିଲିଜ୍ ହେବାକୁ ଫିଲ୍ମ ‘ଖୋ ଗଏ ହମ କାହାଁ’ରେ ନଜର ଆସିବେ । ଯେଉଁଥିପାଇଁ ସେ ହେଡ଼ଲାଇନ୍‌ରେ ଅଛନ୍ତି । ଏହି ଫିଲ୍ମରେ ପୁଣିଥରେ ସିଦ୍ଧାନ୍ତ ଚର୍ତୁରବେଦୀଙ୍କ ସହ ତାଙ୍କ ଯୋଡି ଜମିବ । ପୂର୍ବରୁ ଅନନ୍ୟା ଓ ସିଦ୍ଧାନ୍ତଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।

ଜୀବନର କୌଣସି ନିଷ୍ପତ୍ତି ତରତର ଭାବେ ନିଅନ୍ତୁ ନାହିଁ

ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ଅନନ୍ୟାଙ୍କୁ ପଚାରିଥିଲେ ଯେ, ସେ ବ୍ରେକଅପ ବିଷୟରେ କଣ ଭାବନ୍ତି । ବ୍ରେକଅପ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ ଅନନ୍ୟା । ଏପର୍ଯ୍ୟନ୍ତ ତାଙ୍କର ବ୍ରେକଅପ ହୋଇନାହିଁ, କିନ୍ତୁ ଅନନ୍ୟା ନିଶ୍ଚିତ ଭାବରେ ସେ ଏ ବିଷୟରେ କଥା ହୋଇଛନ୍ତି । ସେ କହିଛନ୍ତି ଯେ, ଜୀବନରେ କୌଣସି ନିଷ୍ପତ୍ତି ତରତର ଭାବେ ନ ନେବାକୁ ପରାମର୍ଶ ଦେଇଛନ୍ତି । ସବୁକିଛି ଶୀଘ୍ର କରନ୍ତୁ ନାହିଁ । ପର୍ଯ୍ୟାପ୍ତ ସମୟ ନିଅନ୍ତୁ । ଏଥିରୁ ବାହାରିବାକୁ ଚେଷ୍ଟା କରନ୍ତୁ । ଆଇସକ୍ରିମ ଖାଆନ୍ତୁ, ସଙ୍ଗୀତ ଶୁଣନ୍ତୁ ଏବଂ ମଜା କରିବା ସହ ଆପଣଙ୍କ ମନକୁ ଡାଇଭର୍ଟ କରିବାକୁ ଚେଷ୍ଟା କରନ୍ତୁ । ସୂଚନା ଅନୁସାରେ ଅନନ୍ୟାଙ୍କ ବ୍ୟତୀତ ସିଦ୍ଧ ଚାତୁର୍ବେଦୀ ଏବଂ ଆଦର୍ଶ ଗୌରବ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମକୁ ନବାଗତ ଅର୍ଜୁନ ସିଂ ନିର୍ଦ୍ଦେଶନା ଦେଇଛନ୍ତି ।

ଅନନ୍ୟା ସମ୍ପର୍କରେ କିଛି କହୁନାହାନ୍ତି ଆଦିତ୍ୟ

ଅନନ୍ୟା ପାଣ୍ଡେଙ୍କ ଏହି ବିବୃତ୍ତି ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି ଯେ ସେ ଏବଂ ଆଦିତ୍ୟଙ୍କ ବ୍ରେକ୍‌ଅପ୍ ହୋଇଯାଇଛି କି? କହିବାକୁ ଗଲେ ଯେ ଆଦିତ୍ୟ ରୟ କପୁର ଖୁବ୍ ଶୀଘ୍ର ଅଭିନେତା ଅର୍ଜୁନ କପୁରଙ୍କ ସହ କରଣ ଜୋହରଙ୍କ ସୋ ‘କଫି ୱିଥ୍ କରଣ -୮’ରେ ନଜର ଆସିବେ । ଯେଉଁଥିରେ ଅନନ୍ୟାଙ୍କ ବିଷୟରେ ଆଦିତ୍ୟଙ୍କୁ କିଛି ପ୍ରଶ୍ନ ପଚରାଯାଇଛି । କିନ୍ତୁ ଆଦିତ୍ୟ କିଛି କହିବାକୁ ମନା କରି ଦେଇଥିଲେ । ଏହାର ଛୋଟ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Ananya-Aditya breakupbollywood actress ananya pande
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami