ଦୁର୍ଘଟଣା ପରେ ଭେଣ୍ଟିଲେଟରରେ ସାଉଥ୍ ଅଭିନେତ୍ରୀ ଅରୁନ୍ଧତୀ ନାୟର

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହୋଇଛନ୍ତି ସାଉଥ ଅଭିନେତ୍ରୀ ଅରୁନ୍ଧତୀ ନାୟର । ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ଅରୁନ୍ଧତୀଙ୍କ ଭଉଣୀ । ଏହା ଜାଣିବା ପରେ ତାଙ୍କର ପ୍ରଶଂସକମାନେ ଚିନ୍ତିତ ହେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅରୁନ୍ଧତୀ

ତାମିଲ-ମଲୟାଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର ବେଶ୍ ଜଣାଶୁଣା । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ୩ ଦିନ ତଳେ ଅରୁନ୍ଧତୀ କୌଣସି କାମରେ ତାଙ୍କ ଭାଇଙ୍କ ସହ ବାହାରକୁ ଯାଇଥିଲେ । ଘରକୁ ଫେରୁଥିବା ବେଳେ କୌଣସି ଏକ ଅଜଣାଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ତ୍ରିଭାନ୍ଦ୍ରମସ୍ଥିତ ଅନନ୍ତପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

actress arundhathi accidentarundhathi nair fighting for her lifesouth actress arundhathi nair
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami