ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟାରେ ଅମିତାଭ

ମୁମ୍ବାଇ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଖେଳାଳି,ବ୍ୟବସାୟୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବଲିଉଡ଼ର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ । ଏବେ ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣିଥରେ ଅମିତାଭ ଅଯୋଧ୍ୟାରେ ପହଞ୍ଚି ରାମଲଲାଙ୍କ ଦର୍ଶନ କରିଛନ୍ତି । ଅମିତାଭଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

କଲ୍ୟାଣ ଜୁଏଲର୍ସର ଶୋ’ ରୁମ୍‌କୁ ଉଦ୍‌ଘାଟନ କରିବାକୁ ଯାଇଛନ୍ତି ଅଯୋଧ୍ୟା

ରାମଲଲାଙ୍କୁ ଦର୍ଶନ କରିବା ସମୟର ଫଟୋ ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ କ’ଣ ପାଇଁ ଅମିତାଭ ପୁଣିଥରେ ଅଯୋଧ୍ୟା ଯାଇଛନ୍ତି । ତେବେ କଲ୍ୟାଣ ଜୁଏଲର୍ସର ନୂଆ ଶୋ’ ରୁମ୍ ଉଦ୍‌ଘାଟନ କରିବା ଲାଗି ଅମିତାଭ ଅଯୋଧ୍ୟା ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ଅଭିନେତା ପ୍ରଥମେ ଯାଇ ଭଗବାନଙ୍କ ଦର୍ଶନ କରିଥିବା ଜଣାପଡ଼ିଛି । ଅମିତାଭ ବିଗ୍‌ବି ଅଯୋଧ୍ୟାର କମିଶନରଙ୍କୁ ମଧ୍ୟ ଭେଟିଥିଲେ । ଏହାପରେ ସେ କଲ୍ୟାଣ ଜୁଏଲର୍ସର ଶୋ’ ରୁମ୍‌କୁ ଉଦ୍‌ଘାଟନ କରିଥିଲେ । ଅମିତାଭଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀରାମ ମନ୍ଦିର ପତ୍ରିଷ୍ଠାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା ନଗରୀ । ତେବେ ଶ୍ରୀରାମ ମନ୍ଦିର ନିକଟରେ ଅମିତାଭ ବଚ୍ଚନ ଏକ ଜମି କ୍ରୟ କରିବା ଖବର ମଧ୍ୟ ଆସିଥିଲା । ଯାହା ଦଶ ହଜାର ବର୍ଗଫୁଟର ହେବ ବୋଲି କୁହାଯାଉଥିଲା । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜନ୍ମ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନ ଅଯୋଧ୍ୟାରେ ଜମି କିଣିବା ପରେ ବେଶ୍ ଚର୍ଚ୍ଚା ହୋଇଥିଲା । କାରଣ ମୁମ୍ବାଇରେ ରହୁଥିବା ବିଗ୍ ବି ନିଜ ଜନ୍ମ ସ୍ଥାନକୁ ସିଫ୍ଟ ହୋଇପାରନ୍ତି ବୋଲି କୁହାଯାଉଛି । ଏହା ଅଯୋଧ୍ୟାର ଦ ସରଯୁରେ ଥିବା ସାତ ତାରକା ଏନକ୍ଲେଭରେ ରହିଛି ।

17 days after of Amitabh in Ayodhyaayodhya ram mandir \
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami