ମହିଳାଙ୍କୁ ଗର୍ଭବତୀ କରୁଛନ୍ତି ପରଗ୍ରହୀ !

Above Post Content

କିଛି ଦିନ ତଳେ ଜଣେ ବୈଜ୍ଞାନିକ ଦାବି କରିଥିଲେ ଯେ, ପୃଥିବୀରେ ଲୁକାୟିତ ଭାବେ ରହୁଛନ୍ତି ପରଗ୍ରହୀ । ସେମାନେ ପୃଥିବୀ ଉପରେ କବଜା ପାଇଁ ଉପଯୁକ୍ତ ସମୟ ଅପେକ୍ଷାରେ ଅଛନ୍ତି ବୋଲି ଏହି ବୈଜ୍ଞାନିକ ଦାବି କରିଥିଲେ । ଏବେ ଆମେରିକା ପ୍ରତିରକ୍ଷା ବିଭାଗ ଏମିତି ଗୋଟିଏ ଦାବି କରିଛି ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆମେରିକା ପ୍ରତିରକ୍ଷା ବିଭାଗର ଗୁଇନ୍ଦା ରିପୋର୍ଟ ଅନୁସାରେ ପରଗ୍ରହୀ କେବଳ ପୃଥିବୀରେ ରହୁନାହାନ୍ତି ,ସେମାନେ ମଧ୍ୟ ମହିଳାଙ୍କୁ ଗର୍ଭବତୀ କରୁଛନ୍ତି । ଯଦି ଏହି ଦାବି ସତ ହୋଇଥାଏ ତେବେ ଆମକୁ ଏହାକୁ ମାନିବାକୁ ପଡିବ ଯେ, ମାନବ ଡିଏନଏ ସହିତ ପରଗ୍ରହୀ ଡିଏନଏର ମିଳନ ହୋଇ ସାରିଛି । ଆମେରିକା ପ୍ରତିରକ୍ଷା ବିଭାଗର ଦାବି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ମହିଳା ଏଲିୟନ୍ସ ଦ୍ୱାରା ଗର୍ଭବତୀ

କେଉଁଠି ଅଛନ୍ତି ପରଗ୍ରହୀ? କେମିତି ଦେଖିବାକୁ । ସତରେ କଣ ପୃଥିବୀ ବାହାରେ ରହିଛନ୍ତି ଏହି ଜୀବ । ଯଦିବା ଏଲିୟନ୍ସକୁ ଥିବାନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଅନେକ ସମୟରେ କିଛି ଲୋକ ସେମାନଙ୍କୁ ଦେଖିଥିବା ଦାବି କରନ୍ତି । ଅର୍ଥାତ ଏଲିୟନ୍ସ ସଂସ୍ପର୍ଶରେ ଆସିଥିବା ନେଇ କହିଥାନ୍ତି, କିନ୍ତୁ ଏହାର କୌଣସି ବାସ୍ତବ ପ୍ରମାଣ ମିଳିନଥାଏ । ଏଲିୟନସ୍ କଥା ପଡ଼ିଲେ ଆମେ ସମସ୍ତେ ଗୁଜବ ବୋଲି ଧରିନେଇଥାଉ । କିନ୍ତୁ ଆମେରିକାର ଏକ ଗବେଷଣା ସଂସ୍ଥା ଏବଂ ଏହାର ରିସର୍ଚର ମାନଙ୍କ ତଥ୍ୟ ଭୟବୀତ କରିଥିଲା । ଏଲିୟନ୍ସର ସିକ୍ରେଟ ଦୁନିଆ ବିଷୟରେ ଉଲ୍ଲେଖ କରିଥିଲେ ରିସର୍ଚ୍ଚର ମାନେ ।

After 2nd paragraph post ads
Middle post content

ପେଣ୍ଟାଗନ ଦ୍ୱାରା ପ୍ରକାଶ ପାୱଇଥିବା ରିପୋର୍ଟ ଏହି ଘଟଣାରେ ଆହୁରି ରୋଚକ କରିଛି । ଏଲିୟନ୍ସକୁ ନେଇ ଉଠୁଥିବା ନିଆଁରେ ଘିଅ ଢାଳିଛି । ପେଣ୍ଟାଗନ ରିପୋର୍ଟ ମୁତାବିକ ପୃଥିବୀର ମହିଳାଙ୍କୁ ପ୍ରେଗନାଣ୍ଟ କରୁଛନ୍ତି ଏଲିୟନ୍ସ । ଏମିତିକି ସେମାନଙ୍କ ଗ୍ରହକୁ ବୁଲାଇନେବା ପାଇଁ ମଧ୍ୟ କହୁଥିବା ଉଲ୍ଲେଖ ରହିଛି । ଉକ୍ତ ଫାଇଲ ଢିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ଫ୍ରିଡମ୍ ଅଫ୍ ଇନଫରମେସନ ରିପୋର୍ଟ୍ସରେ ରିଲିଜ କରାଯାଇଛି । ସେହିପରି ଦ ସନ୍ସରେ ପ୍ରକାଶ ପାଇଥିବା ଖବର ମୁତାବକ ଏଲିୟନ୍ସ ଦ୍ୱାରା ପୃଥିବୀର ୫ ଜଣ ମହିଳା ଗର୍ଭବତୀ ହୋଇଛନ୍ତି । ଏବଂ ଏହି ମହିଳା ମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି ।

ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି, ଏଲିୟନ୍ସ ବା ୟୁଏଫଓ ସମ୍ପର୍କରେ ଯେଉଁ ମଣିଷ ମାନେ ଆସିଥାନ୍ତି ସେମାନଙ୍କ ଜୀବନ ପାଇଁ ବିପଦ ରହିଥାଏ । ତେବେ ଯେଉଁ ମଣିଷ ମାନେ ଏଲିୟନ୍ସ ସମ୍ପର୍କରେ ଆସିଥିବା ଖବର ପ୍ରକାଶ ପାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ କ୍ଷତି ଘଟିଛି । ଅର୍ଥାତ ୟୁଏଫଓର ରାଡିଏସନ ଯୋଗୁଁ କିଛି ଲୋକେ ଜଳି ଯାଇଛନ୍ତି । ଏମିତିକି କିଛି ଜଣଙ୍କର ବ୍ରେନ ହେମ୍ରେଜ ବା ନର୍ମ ସିଷ୍ଟମ ଡ୍ୟାମେଜ ହୋଇଯାଇଥିବା ଜଣାପଡ଼ିଛି । ଆମେରିକାର ବୈଜ୍ଞାନିକ ମାନେ ଦୀର୍ଘ ଦିନ ଧରି ଏଲିୟନ୍ସର ସତ୍ତା ନେଇ ରିସର୍ଚ ଜାରି ରଖିଛନ୍ତି । ଏହାରି ଭିତରେ ଯେଉଁ ବ୍ୟକ୍ତି ଏଲିୟନ୍ସଙ୍କୁ ଏନକାଉଣ୍ଟର କରିଥିବା ନେଇ ଦାବି କରୁଥିଲେ, ତାଙ୍କୁ ମେଡିକାଲ ଅବଜରବେସନରେ ରଖାଯାଇଛି ।

ରିପୋର୍ଟରେ କୁହାଯାଇଛି କି ଏବେ ସୁଦ୍ଧା ପ୍ରାୟ ୩ଶହ ମାମଲା ଲୁକାୟିତ ରହିଛିମାତ୍ର ୪୨ଟି କେସ ରେଜଷ୍ଟାର କରାଯାଇଛି । ଏହାକୁ ଛାଡ଼ି ଆହୁରି ଅନେକ ଘଟଣା ରହିଛି, ଯେଉଁମାନେ ଏହି ଜୀବକୁ ଦେଖିଥିବା ଦାବି କରିଛନ୍ତି । ବିଶ୍ୱରେ ଏମିତି ତିନୋଟି ଘଟଣା ରହିଛି, ଯଦି ଏହା ସାମ୍ନାକୁ ଆସେ ତେବେ ବିଶ୍ୱବାସୀ ଭୟଭୀତ ହୋଇପଡିବେ । ଏଲିୟନ୍ସ ମାନେ ଏକ ଏୟାରକ୍ରାଫ୍ଟକୁ ଧ୍ୱସଂ କରିଦେଇଥିବା ନେଇ ଆମେରିକାର ଜଣେ ରିସର୍ଚ୍ଚରଙ୍କ ନିକଟରେ ପ୍ରମାଣ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami