କାନାଡ଼ା ପହଞ୍ଚିବା ପରେ ୯ ଏୟାରହୋଷ୍ଟେସ୍ ଗାଏବ

Above Post Content

ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ନେଇ କେତେକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍ ‘ଥାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି । ଏହି ବିମାନ ପରିଚାରିକାମାନେ କାନାଡ଼ାରେ ନିଯୁକ୍ତି ପାଇଥିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାକୁ ନିବେଦନ କରିଥିବା କୁହାଯାଇଛି । ନିକଟରେ ପାକ୍ ଏୟାରଲାଇନ୍ସର ଏଭଳି ଜଣେ ଏୟାରହୋଷ୍ଟେସ ନିଖୋଜ ହେବାପରେ ଏହି ଘଟଣା ସଂପର୍କରେ ଅନେକ ତଥ୍ୟ ପଦାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଏଆରହୋଷ୍ଟେସମାନେ ସେହି ବିମାନରେ ଡ୍ୟୁଟିରେ ଥିଲେ, କିନ୍ତୁ କାନାଡାରେ ଅବତରଣ କରିବା ପରେ ତାଙ୍କର କୌଣସି ପତ୍ତା ମିଳିନାହିଁ ।

Middle post content

ଏଭଳି ଘଟଣା ପାକିସ୍ତାନ ଏୟାରଲାଇନ୍ସକୁ କରିଛି ଆଶ୍ଚର୍ଯ୍ୟ

After 2nd paragraph post ads

ଜଣାଯାଇଛି ଯେ, ଏୟାରହୋଷ୍ଟେସ୍ ମରିୟମ୍ ରଜା ଇସଲାମବାଦରୁ ପିଆଇଏ ବିମାନରେ ଚଢ଼ିଥିଲେ । କିନ୍ତୁ ବିମାନଟି କରାଚୀ ଫେରିବା ପରେ ସେ ଡ୍ୟୁଟିକୁ ଫେରି ନ ଥିଲେ । ଏହାପରେ କର୍ତ୍ତୃପକ୍ଷ ମରିୟମ୍‌ଙ୍କୁ ଖୋଜାଖୋଜି କରି ହୋଟେଲରେ ପହଞ୍ଚିବା ପରେ ସେଠାରେ ତାଙ୍କ ବ୍ୟାଗ୍ ମିଳିଥିଲା । ବ୍ୟାଗ୍‌ରୁ ଏୟାର ହୋଷ୍ଟେସ ଡ୍ରେସ୍ ମିଳିବା ସହ ସେଥିରେ ଏକ ନୋଟ୍ ମଧ୍ୟ ଥିଲା । ଚିଠିରେ କେବଳ ଲେଖାଯାଇଛି, ‘ଥାଙ୍କ ୟୁ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’ । ମରିୟମ୍ ରଜା ପାକିସ୍ତାନର ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସରେ ପ୍ରାୟ ୧୫ ବର୍ଷ ଧରି କାମ କରୁଥିଲେ । ସେ ଇସଲାମାବାଦରୁ ଟୋରଣ୍ଟୋ ଯାଉଥିବା ଏକ ବିମାନରେ ଡ୍ୟୁଟିରେ ଥିଲେ । ଏୟାର ହୋଷ୍ଟେସମାନେ ଜଣକ ପରେ ଜଣେ ଏଭଳି କାନାଡାରୁ ଗାଏବ ହେବା ପଛରେ ସେମାନଙ୍କ ଯୋଜନାବଦ୍ଧ ପ୍ରୟାସ ରହିଛି ବୋଲି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ନବମ ଘଟଣା । ଏଭଳି ଘଟଣାରେ ପାକିସ୍ତାନ ଏୟାରଲାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି । ଏ ନେଇ କାନାଡ଼ା ପ୍ରଶାସନ ସହ କଥାବାର୍ତ୍ତା ଜାରି ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami