ବିଶ୍ୱର ପ୍ରଥମ ଟ୍ରାକ୍‌ଲେସ୍ ଟ୍ରେନ୍

Above Post Content

ନୂଆଦିଲ୍ଲୀ : ବିନା ଟ୍ରାକରେ ଦୌଡିବ ଟ୍ରେନ୍ । ଏହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । କିନ୍ତୁ ଏପରି ଟେକ୍ନୋଲୋଜି ଆଣିଛି ଚୀନ । ଏହି ଟ୍ରେନ୍ ପାଇଁ ଆବଶ୍ୟକତା ନାହିଁ ରେଳ ଟ୍ରାକ୍ । ଏହା ବିଶ୍ୱର ପ୍ରଥମ ଟ୍ରାକ୍ ଲେସ୍ ଟ୍ରେନ୍ । ସବୁଠାରୁ ଖାସ୍ କଥା ହେଉଛି ଏହି ଟ୍ରେନକୁ ତିଆରି କରିବାରେ ଆଉ ଚଲାଇବାରେ ମଧ୍ୟ ଅନ୍ୟ ଟ୍ରେନ୍ ଅପେକ୍ଷା ବହୁତ କମ୍ ସମୟ ଲାଗିଥାଏ ।ଏହାକୁ ଚୀନର ହୁନାନ୍ ପ୍ରାନ୍ତର ଝୁଝାଉ ସହରରେ ଟ୍ରାଏଲ କରାଯାଇଛି, ଯାହା ସଫଳ ମଧ୍ୟ ହୋଇଛି । ଏହି ଟ୍ରେନ୍ ଭର୍ଚୁଆଲ ଟ୍ରାକରେ ହିଁ ଚାଲିଥାଏ । ଖାସ୍ କଥା ହେଉଛି ଏହି ଟ୍ରେନ୍ ପୁରା ପ୍ରଦୁଷଣ ମୁକ୍ତ । ୨୦୧୩ରେ ଏହି ଟ୍ରେନର ଡିଜାଇନ ତିଆରି କରିବା ଆରମ୍ଭ ହୋଇଥିଲା । ୧୦ ମିନିଟର ଚାର୍ଜିଙ୍ଗରେ ଏହି ଟ୍ରେନ୍ ୨୫ କିମି ଯାତ୍ରା କରିବ ।

Middle post content

ଏକାଥରେ ୩୦୭ ଯାତ୍ରୀ କରିପାରିବେ ଯାତ୍ରା

After 2nd paragraph post ads

ଏହି ଟ୍ରେନ ଘଣ୍ଟା ପ୍ରତି ଅଧିକରୁ ଅଧିକ ୭୦ କିମି ଚାଲିଥାଏ । ତେବେ ଏହି ଟ୍ରେନ୍ ବସ୍ ଟ୍ରକ୍ ଭଳି ଷ୍ଟିୟରିଙ୍ଗ୍ ରହିଛି । ଯାହା ସାହାଯ୍ୟରେ ଡ୍ରାଇଭର ଏହାକୁ ମୋଡି ପାରିବ ଏବଂ ଆପତକାଳୀନ ସ୍ଥିତିରେ ଏହା ବସ୍ ଭଳି କାମ କରିବ । ଟ୍ରେନରେ ପ୍ଲାଷ୍ଟିକର କୋରରେ ରବର ହ୍ୱିଲ୍ସର ବ୍ୟବହାର କରାଯାଇଛି । ଏଥିପାଇଁ ନୂଆ ଟେକ୍‌ନିକ୍‌ରେ ବ୍ୟବହାର କରାଯାଇଛି । ଏହି ଟ୍ରେନ୍ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ସେବା ଦେଇ ପାରିଥାଏ । ଏହାର ଲମ୍ବ ୧୦୦ ଫୁଟ ରଖାଯାଇଛି । ଯେଉଁଥିରେ ଏକାଥରେ ୩୦୭ ଜଣ ଯାତ୍ରୀ ଯାତ୍ରା କରିପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami