୪୫ ସ୍ୱେଟର ପିନ୍ଧି ବିଶ୍ୱ ରେକର୍ଡ କଲେ ଛାତ୍ରୀ

Above Post Content

ନ୍ୟୁୟର୍କ: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି । ସେଥିଲାଗି ଭିନ୍ନ ଭିନ୍ନ କାର୍ଯ୍ୟ କରିଥାନ୍ତି । ଆଉ କିଛି ଲୋକ ନିଜ ନାମକୁ ୱାର୍ଲଡ଼ ରେକର୍ଡ଼ରେ ସ୍ଥାନିତ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ହୁଅନ୍ତି । ଏବେ ସେମିତି ଜଣେ କଲେଜ ଛାତ୍ରୀ ନିଜ ନାମକୁ ଗିନିଜ୍ ବୁକ୍ ଅଫ ୱାଲର୍ଡ଼ରେ ସ୍ଥାନିତ କରିଛନ୍ତି । ସେ ଶୀତବସ୍ତ୍ର ପିନ୍ଧି ବିଶ୍ୱ ରେକର୍ଡ କରିଛନ୍ତି ତାହା ପୁଣି ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୪୫ ସ୍ୱେଟର ପିନ୍ଧି ଏହି ରେକର୍ଡ଼ କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସ୍ୱେଟର ପିନ୍ଧିବା ପରେ ତାଙ୍କୁ ଦେଖିଲେ ହସ ରୋକିବା ସମ୍ଭବ ହେବନି ।

Middle post content

ଯୁବତୀଙ୍କ ଆଗ୍ରହକୁ ଲୋକଙ୍କ ପ୍ରଶଂସା

After 2nd paragraph post ads

ଯୁବତୀ ଜଣକ ହେଲେ ଆମେରିକାର ସୋଫିଆ ଏଫ୍ ହେଡେନ୍ । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣକ ଗୋଟେ ପରେ ଗୋଟେ କରି ସ୍ୱେଟର ପିନ୍ଧୁଛନ୍ତି । ତାଙ୍କୁ ଅନ୍ୟ ଜଣେ ସାହାଯ୍ୟ ବି କରୁଛନ୍ତି । ଏହାକୁ ଦେଖିବା ପରେ ଅନେକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି । ଏମିତିରେ ଜଣେ ୟୁଜର ଲେଖିଛନ୍ତି ସେ ପାକିସ୍ତାନର ଖାନ୍ ବାବାଙ୍କ ଭଉଣୀଙ୍କ ଭଳି ଦେଖାଯାଉଛନ୍ତି । ସେହିଭଳି ଅନ୍ୟଜଣେ କହିଛନ୍ତି ରେକର୍ଡ ତାଙ୍କୁ ସ୍ୱେଟର ପିନ୍ଧାଉଥିବା ମହିଳାଙ୍କୁ ମିଳିବା ଉଚିତ । ଆଉ କିଛି ଯୁବତୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା ବି କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami