କୁମ୍ଭୀର ପାଟିରୁ ବାହାରିଲା ୭୦ଟି ମୁଦ୍ରା

Above Post Content

ହେନେରୀ ଡୋରଲି ପ୍ରାଣୀ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଏକ କୁମ୍ଭୀର ପେଟରୁ ୭୦ଟି ମୁଦ୍ରା ବାହାରିିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Middle post content

ପର୍ଯ୍ୟଟକ ଫିଙ୍ଗିଥିବା ମୁଦ୍ରାକୁ ଗିଳିଦେଇଥିଲା କୁମ୍ଭୀର

After 2nd paragraph post ads

ହେନେରୀ ଡୋରଲି ପ୍ରାଣୀ ଉଦ୍ୟାନରେ ଥିବୋଡକ୍ସ ନାମକ ୩୬ ବର୍ଷିୟ କୁମ୍ଭୀରଟିଏ ଅଛି । ତାର ଜରୁରୀକାଳୀନ ଚିକିତ୍ସା କରାଯାଉଥିଲା । ଚିକିତ୍ସା ସମୟରେ କୁମ୍ଭୀରର ପେଟ ଭିତରୁ ମୁଦ୍ରା ବାହାର କରାଯାଇଛି । କେବଳ ଗୋଟିଏ କି ଦୁଇଟି ନୁହେଁ ମୋଟ ୭୦ ମୁଦ୍ରା ମିଳିଛି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଯାଇଛନ୍ତି । ପଶୁ ଚିକିତ୍ସକଙ୍କ କହିବାନୁଯାୟୀ, ଏହି ମୁଦ୍ରାଗୁଡ଼ିକ ବୋଧହୁଏ ପରିଦର୍ଶକମାନେ କୁମ୍ଭୀର ବାସସ୍ଥାନରେ ଫିଙ୍ଗିଥିଲେ । ଯାହାକୁ ସେ ଗିଳିଦେଇଛି । କୁମ୍ଭୀର ପାଟିର ସୁରକ୍ଷା ତଥା ମୁଦ୍ରାକୁ ବାହାର କରିବା ପାଇଁ ବ୍ୟବହୃତ ଉପକରଣଗୁଡ଼ିକୁ ସୁରକ୍ଷିତ ଭାବରେ ପାସ କରିବା ପାଇଁ ଏକ ପ୍ଲାଷ୍ଟିକ ପାଇପ ରଖାଯାଇଥିଲା, ଯାହା ଦ୍ୱାରା ଖୋଜିବାରେ ସାହାଯ୍ୟ କରିଥିଲା । ଏତେ ମୁଦ୍ରା ବାହାରିବା ପରେ କୁମ୍ଭୀରଟିର ସ୍ୱାସ୍ଥ୍ୟ ଭଲ ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami