ଗାଜା ଯୁଦ୍ଧରେ ନିହତ ହେଲେଣି ୩୬ ସାମ୍ବାଦିକ

Above Post Content

ଗାଜା : ବାତ୍ୟା ହେଉ କି ବନ୍ୟା, ଉତ୍ସବ ହେଉ କି ଧାରଣା ସବୁଠୁ ଖୋଜା ପଡ଼ନ୍ତି ସାମ୍ବାଦିକ । ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକମାନେ ଖବର ସଂଗ୍ରହ କରିଥାନ୍ତି । କିନ୍ତୁ ଯୁଦ୍ଧ ରିପୋର୍ଟିଂ କରୁଥବା ଖବରଦାତାମାନଙ୍କ ଅନୁଭୂତି ପୂରା ସ୍ୱତନ୍ତ୍ର । ଗାଜା ଭିତରେ ରହି ଯୁଦ୍ଧର ଘନଘଟା କଭର କରୁଥିବା ପାଲେଷ୍ଟିନୀୟ ସାମ୍ବାଦିକଙ୍କ ଦୃଷ୍ଟାନ୍ତ ବିଶ୍ୱରେ ବିରଳ । ସେମାନେ ଯୁଦ୍ଧର ଟିକିନିକି ବିବରଣୀ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ସେମାନଙ୍କ ଲକ୍ଷ୍ୟ । ଏବେ ଗାଜାରେ ଘର ଉପରେ ହେଉଛି ବୋମାବର୍ଷଣ । ଗାଜାରେ ଲୁଚିବା ପାଇଁ ସ୍ଥାନ ନାହିଁ କି ସେଠାରୁ ପଳାୟନ ଲାଗି କୌଣସି ପନ୍ଥା ନାହିଁ । ଗାଜାରେ ରହିବାର ମାନେ ହେଉଛି ମୃତ୍ୟୁ । ହେଲ୍‌ମେଟ ଓ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ କୌଣସି କାମକୁ ନୁହେଁ । ଏସବୁ ଜାଣି ସୁଦ୍ଧା ସାମ୍ବଦିକମାନେ ଅଦ୍ୟାବଧି ଗାଜାଠାରୁ ରିପୋର୍ଟିଂ ବନ୍ଦ କରିନାହାନ୍ତି । ସେମାନଙ୍କ ଅନେକ ସାଥୀ ହତ୍ୟାର ଶିକାର ହେବା ପରେ ମଧ୍ୟ ରିପୋର୍ଟିଂ ଜାରି ରହିଛି । ଏହି ସାମ୍ବାଦିକମାନେ ଖବର ପାଇଁ ନିଜ ଜୀବନକୁ ବାଜି ଲଗାଇ ସାହସ ଓ ସାଧନର ସବୁ ଆହ୍ୱାନକୁ ନ୍ୟୂନ ପ୍ରମାଣିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଗାଜା ଯୁଦ୍ଧରେ ୩୬ ସାମ୍ବାଦିକଙ୍କ ମୃତ୍ୟୁ ହୋଇସାରିଲାଣି ।

ପାଲେଷ୍ଟିନୀୟ ସାମ୍ବାଦିକମାନେ ପିନ୍ଧୁନାହାନ୍ତି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ

After 2nd paragraph post ads
Middle post content

ବିନା ଖାଦ୍ୟ, ପାନୀୟ ଓ ଦରମାରେ ରିପୋର୍ଟିଂ କରୁଥିବା ପାଲେଷ୍ଟିନୀୟ ରିପୋର୍ଟରମାନେ କର୍ମଭୂମି ଯୁଦ୍ଧଭୂଇଁରେ ମୃତ୍ୟୁକୁ ଆଦରିନେଉଛନ୍ତି । ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଶକ୍ତିଶାଳୀ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍‌) ସେମାନଙ୍କୁ ଜାଣିଶୁଣି ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି । ରିପୋର୍ଟିଂ କଲାବେଳେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟର କୌଣସି ମୂଲ୍ୟ ନାହିଁ । ତେଣୁ ପ୍ରେସ୍ ଲେଖାଥିବା ସୁରକ୍ଷା କବଚକୁ ନିଜ ଦେହରୁ ଉତାରିଦେଇଛନ୍ତି ପାଲେଷ୍ଟିନୀୟ କର୍ତ୍ତୃପକ୍ଷଙ୍କ ଟିଭି ଚ୍ୟାନେଲ ପାଇଁ କାମ କରୁଥିବା ସଲମାନ୍ ଅଲ-ବସିର ।

ଏବେ କେବଳ ମୃତ୍ୟୁକୁ ଅପେକ୍ଷା

କାରଣ ତାଙ୍କ ସହକର୍ମୀ ମୋହମେଦ୍ ଅବୁ ହତାବ୍ ନାସେର ହସ୍ପିଟାଲରୁ ଲାଇଭ୍ ରିପୋର୍ଟିଂ କରିବା ସମୟରେ ଏପରି ଜ୍ୟାକେଟ୍ ପରିଧାନ କରିଥିଲେ । କିନ୍ତୁ ତାହା ତାଙ୍କୁ ସୁରକ୍ଷା ଦେଇପାରି ନ ଥିଲା । ଇସ୍ରାଏଲର ରକେଟ୍ ମାଡ଼ରେ ହତାବ୍ ନିହତ ହୋଇଛନ୍ତି । ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନରୁ ରିପୋର୍ଟିଂ ବେଳେ ସଲମାନ୍ କାନ୍ଦି କାନ୍ଦି କହିଥିଲେ, ଆଉ ସହି ହେଉନାହିଁ । ଆମ ଦୁଇଜଣଙ୍କ ମଧ୍ୟରେ କେବଳ ଗୋଟିଏ ଫରକ୍ ରହିଛି । ତାହା ହେଉଛି, ମୃତ୍ୟୁ କାହାକୁ ପ୍ରଥମେ ଓ କାହାକୁ ପରେ କୋଳେଇ ନେବ । ଜଣେ ପରେ ଜଣେ ମରୁଛୁ । ଗାଜା ଉପରେ ଯେଉଁ ବିପତ୍ତି ମାଡ଼ିଆସିଛି, ତାକୁ କାହାରି ଖାତିର ନାହିଁ । ଆମେ ଲାଇଭ୍‌, ଅନ୍ ଏୟାର ଭିକ୍ଟିମ୍ । ଆମେ ସେହି ପୀଡ଼ିତ, ମରିବା ପାଇଁ ନିଜ ପାଳିକୁ ଅପେକ୍ଷା କରିବା ବ୍ୟତୀତ ଯାହାଙ୍କ ଅନ୍ୟ ଗତି ନାହିଁ । ଏସବୁ ଦେଖି ନ୍ୟୁଜ୍‌ରୁମ୍‌ରେ ଆଙ୍କରିଂ କରୁଥିବା ଉପସ୍ଥାପିକାଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami