ଏମିତି ମହିଳା, ଯିଏ କଫି ସହ ମିଶାଇ ପିଅନ୍ତି ମଣିଷ ରକ୍ତ

Above Post Content

ପ୍ରତ୍ୟେକ ମଣିଷଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି । କେତେକ ଗୀତ ଗାଇବାକୁ ଭଲ ପାଆନ୍ତି, ଆଉ କେତେକ ନାଚିବାକୁ ଭଲ ପାଆନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଅଜବ ସଉକ ରହିଥାଏ । ଯେତେବେଳେ ଏହି ସଉକଗୁଡ଼ିକ ଦୁନିଆ ସାମ୍ନାକୁ ଆସେ, ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହିପରି ଜଣେ ମହିଳା ଆଜିକାଲି ଚର୍ଚ୍ଚାରେ ଅଛନ୍ତି । କାରଣ ତାଙ୍କ ସଉକ ପୂରା ଭିନ୍ନ । ସେ କଫିରେ ମଣିଷ ଓ ପଶୁ ରକ୍ତ ମିଶାଇ ପିଅନ୍ତି । ମହିଳାଙ୍କ ଏପରି ସଉକ ବିଷୟରେ ଜାଣିବା ପରେ ଲୋକେ ଚକିତ ହୋଇଯାଇଛନ୍ତି ।

୧୦ ବର୍ଷ ହେଲା ପିଉଛନ୍ତି ରକ୍ତ

After 2nd paragraph post ads
Middle post content

ଏହି ମହିଳା ଜଣକ ହେଉଛନ୍ତି ମିଶେଲ । ଏବେ ମିଶେଲ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି ତାଙ୍କର ନିଆରା ସଉକକୁ ନେଇ । ସେ ପ୍ରତ୍ୟେକ ଦିନ ରକ୍ତ ପିଅନ୍ତି । ତାହା ମଣିଷ ହେଉ କି ପଶୁ ରକ୍ତ । ସେ ବର୍ଷେ କି ଦୁଇ ବର୍ଷ ନୁର୍ହେ, ଦୀର୍ଘ ୧୦ ବର୍ଷ ଧରି କ୍ରମାଗତ ଭାବରେ ଏପରି ରକ୍ତ ପିଉଛନ୍ତି । ଭବିଷ୍ୟତରେ ସେ ଏହାକୁ ପିଇବା ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି । ଯଦିଓ ଏହା ଅଜବ ଲାଗୁଥାଇପାରେ, କିନ୍ତୁ ବର୍ତ୍ତମାନ ମିସେଲଙ୍କ ପାଇଁ ସବୁକିଛି ସ୍ୱାଭାବିକ ହୋଇଛି । ସେ ଜୁସ୍‌, ଚା, କଫି କିମ୍ବା ଅନ୍ୟ କୌଣସି ପାନୀୟ ପରି ରକ୍ତ ପିଉଛନ୍ତି ।

ମୁଁ ଡାହାଣୀ ନୁହେଁ, ମୋତେ ମଣିଷ ରକ୍ତ ଭଲ ଲାଗେ

ସେ ୨୦୧୩ରେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲେ । ଆମେରିକାର କାଲିଫର୍ନିଆର ରହୁଥିବା ୪୦ ବର୍ଷୀୟା ମିଶେଲ ନିଜ କିଶୋର ଅବସ୍ଥାରେ ଗାଈ ଏବଂ ଘୁଷୁରୀର ରକ୍ତ ପିଇବା ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ସେ କିଛି ସମୟ ପାଇଁ ମଣିଷ ରକ୍ତକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ପ୍ରକୃତ ମଣିଷ ରକ୍ତ ପାଇବା ଏତେ ସହଜ ନୁହେଁ ବୋଲି ମହିଳା ଜଣକ କହିଛନ୍ତି । କିନ୍ତୁ ଯେତେବେଳେ ବି ମୁଁ ଏହି ରକ୍ତ ପାଇଥାଏ, ଏହାକୁ ମୁଁ କଫିରେ ଏକ ବୁଷ୍ଟର ଭାବରେ ମିଶାଇ ପିଇଥାଏ । ବାସ୍ତବରେ ମୁଁ ଡାହାଣୀ ନୁହେଁ, ମୋତେ ମଣିଷ ରକ୍ତ ଭଲ ଲାଗେ ବୋଲି ପିଇଥାଏ । ମୁଁ ଦିନରେ ପ୍ରାୟ ଏକ ଲିଟର ରକ୍ତ ପିଉଛି । ବର୍ତ୍ତମାନ ଯଦିଓ ମୋର ଏହି ଅଭ୍ୟାସ ହେତୁ ଲୋକମାନେ ମୋତେ ଭୁଲ ବୁଝନ୍ତି, ଏହା ମୋ ପାଇଁ ଏକ ସାଧାରଣ କଥା । ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ଅଳ୍ପ ବୟସରୁ ଆରମ୍ଭ ହୋଇଥିବା ଏହି ନିଶାରୁ ମୁକ୍ତି ପାଇବା ଏବେ କଷ୍ଟସାଧ୍ୟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami