୨୩ ପ୍ରଜାତିର କୁକୁରଙ୍କୁ ଆଉ ବିଦେଶରୁ ଅଣା ଯାଇ ପାରିବନି

Above Post Content

ଗତ କିଛି ଦିନ ହେବ ଦେଶରେ କୁକୁର ଆକ୍ରମଣର ଖବର ଚର୍ଚ୍ଚାରେ ରହିଛି । ଦିନକୁ ଦିନ ଏହି ଆକ୍ରମଣରେ କିଛି ନିରୀହ ଲୋକଙ୍କ ଜୀବନ ଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ପ୍ରାୟ ୨୩ଟି ବିପଜ୍ଜନକ ପ୍ରଜାତିର କୁକୁର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟ ସମେତ ସାରା ଦେଶରେ କୁକୁର ଆକ୍ରମଣ ଅଭିଯୋଗ ବଢ଼ୁଥିବାରୁ କେନ୍ଦ୍ର ସରକାର ପ୍ରାୟ ୨୩ ପ୍ରଜାତିର ବିପଜ୍ଜନକ କୁକୁରଙ୍କ ଆମଦାନୀକୁ ନିଷିଦ୍ଧ କରିଛନ୍ତି । ତଳେ ଦିଆଯାଇଥିବା ତାଲିକାରେ ସେହି ପ୍ରଜାତିର କୁକୁରମାନଙ୍କ ନାମ ଅଛି ଯେଉଁମାନଙ୍କୁ ଭାରତରେ ବ୍ୟାନ୍ କରାଯାଇଛି ।

୧. ପିଟ୍ୱୁଲ୍ ଟେରିୟର, ୨. ତୋସା ଇନୁ,୩. ଆମେରିକୀୟ ଷ୍ଟାଫୋର୍ଡସାୟାର ଟେରିୟର, ୪. ଫିଲା ବ୍ରାସିଲେରୋ, ୫. ଡୋଗୋ ଆର୍ଜେଣ୍ଟିନା, ୬. ଆମେରିକୀୟ ବୁଲଡଗ୍‌, ୭. ବୋର୍ବୋଏଲ କଙ୍ଗଲ, ୮. ସେଣ୍ଟ୍ରାଲ ଏସିଆନ୍ ସେଫର୍ଡ କୁକୁର, ୯. କକେସିଆନ୍ ଶେଫର୍ଡ କୁକୁର, ୧୦. ଦକ୍ଷିଣ ରୁଷୀୟ ଶେଫର୍ଡ କୁକୁର, ୧୧. ଟର୍ନାଜ୍ୟାକ୍‌, ୧୨. ସାର୍ପ୍ଲାନିକା, ୧୩. ଜାପାନୀ ଟୋସା, ୧୪. ଅକିତା, ୧୫. ମାଷ୍ଟିଫ୍‌, ୧୬. ଟେରିୟର୍ସ, ୧୭. ରୋଡେସିଆନ୍ ରିଜବ୍ୟାକ୍‌, ୧୮. ଓଲ୍ଫ କୁକୁର, ୧୯. କାନାରିଓ, ୨୦. ଅକବାସ କୁକୁର, ୨୧. ମସ୍କୋ ଗାର୍ଡ କୁକୁର, ୨୨. କେନ୍ କୋର୍ସୋ ୨୩. ବେଣ୍ଡୋଗ ପ୍ରଜାତି ।

After 2nd paragraph post ads

ପଶୁପାଳନ ମନ୍ତ୍ରଣାଳୟ କହିଛି ଯେ ଏହି ନିୟମ ସମସ୍ତ ମିଶ୍ରିତ ଏବଂ ଶଙ୍କର ପ୍ରଜାତିର କୁକୁରଙ୍କ ପାଇଁ ଲାଗୁ ହେବ । ବିଦେଶୀ ପ୍ରଜାତିର କୁକୁର ବିକ୍ରି, ପ୍ରଜନନ କିମ୍ବା ରଖିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଅନେକ ବର୍ଷ ଧରି କୁକୁର ଆମ ମଣିଷର ସବୁଠାରୁ ଭଲ ବନ୍ଧୁ ଭାବେ ବିବେଚନା କରାଯାଉଛି । କିନ୍ତୁ ଚିନ୍ତା କରିବାର କଥା ହେଉଛି ଆମର ଏହି ବନ୍ଧୁମାନେ କିପରି ହଠାତ୍ ଆମର ଶତ୍ରୁ ପାଲଟିଯାଇଛନ୍ତି ।

ଦୋଷୀ କିଏ ?

ଏହି ଆକ୍ରମଣ ପାଇଁ କେବଳ ବିପଜ୍ଜନକ ପ୍ରଜାତିର କୁକୁରକୁ ଦାୟୀ କରାଯିବ ନା ଏହା ଅନ୍ୟ କାହାର ଦୋଷ? କୁକୁର ହେଉଛି ପଶୁ, ଅର୍ଥାତ୍ ସେମାନେ ଆମ ଭଳି କୌଣସି ଜିନିଷ ବିଷୟରେ ଗମ୍ଭୀରତାର ସହ ଚିନ୍ତା କରିପାରନ୍ତି ନାହିଁ । ସେମାନେ ସେହି ପରିବେଶରେ ରହିବା ଆରମ୍ଭ କରନ୍ତି ଯାହା ସେମାନେ ପାଆନ୍ତି । ପ୍ରାଚୀନ କାଳରେ ମଣିଷ କୁକୁରଙ୍କୁ ଶିକାର ଏବଂ ଘର ରକ୍ଷଣାବେକ୍ଷଣ ପାଇଁ ବ୍ୟବହାର କରୁଥିଲା, କିନ୍ତୁ ସମୟ କ୍ରମେ ଆମେ କୁକୁରମାନଙ୍କୁ ଆମର ଘନିଷ୍ଠ ବନ୍ଧୁ ଭାବରେ ବିବେଚନା କରୁଥିଲୁ ଏବଂ ସେମାନଙ୍କୁ ନିଜ ସହିତ ସେମାନଙ୍କୁ ରଖିବା ଆରମ୍ଭ କରିଥିଲୁ । ସମୟ ବିତିଗଲା ଏବଂ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିବା ଆରମ୍ଭ କଲୁ । କିନ୍ତୁ ଏହି ଭିନ୍ନ ଭିନ୍ନ ପ୍ରଜାତି କେଉଁଠୁ ଆସିଲା?

ଏତେ ପ୍ରଜାତିରୁ ଆସିଲା କେଉଁଠୁ ?

Middle post content

ଗୋଟିଏ ସମୟରେ ମଣିଷ ଜଙ୍ଗଲୀ ହେଟା ବାଘକୁ ପାଳନ କରିବା ଆରମ୍ଭ କରିଥିଲା । ହେଟା ଓ ପୋଷା କୁକୁରର କ୍ରସ୍ ବ୍ରିଡିଂରେ ବିଭିନ୍ନ ପ୍ରଜାତିର ଶଙ୍କର ଜାତୀୟ କୁକୁର ଜନ୍ମ ହୋଇଥିଲେ । ସେମାନଙ୍କଠାରେ ଉଭୟ ଜଙ୍ଗଲୀ ଓ ଗୃହପାଳିତ ପଶୁର ଗୁଣ ରହିଥିଲା । ମଣିଷ ଉଭୟ ଶିକାରୀ ଓ ବନ୍ଧୁ ଭାବେ ଏଭଳି କୁକୁରଙ୍କୁ ରଖିବା ଆରମ୍ଭ କରିଥିଲା । ଆଜିକାଲି ଏହି ବିଭିନ୍ନ ପ୍ରଜାତିର କୁକୁରଙ୍କୁ ବିଭିନ୍ନ କାରଣରୁ ପାଳନ କରାଯାଉଛି । ଏହାର ସବୁଠାରୁ ବଡ କାରଣ ହେଉଛି ଷ୍ଟାଟସ ଦେଖାଇବା । ଅନେକ କେବଳ ନିଜ ଆଭିଜାତ୍ୟ ଦେଖାଇବାକୁ ଏଭଳି ଭୟଙ୍କର କୁକୁର ରଖିଥାନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଦୁଇଟି ଜିନିଷ ଯେକୌଣସି ଜୀବକୁ ପ୍ରଭାବିତ କରିଥାଏ । ଏହି ଦୁଇଟି ଜିନିଷ ହେଉଛି ପ୍ରକୃତି ଏବଂ ପୋଷଣ । ପୋଷା କୁକୁର ହିଂସ୍ର ହେବା ପଛରେ ଏହି ଦୁଇ କାରଣ ରହିଛି ।

ଦାୟିତ୍ୱହୀନତା ମଧ୍ୟ ଦାୟୀ

ପ୍ରକୃତି ର ଅର୍ଥ ହେଉଛି କୁକୁର କେଉଁ ପ୍ରଜାତିର ଅଟେ ଏବଂ ସେହି ପ୍ରଜାତିର କୁକୁର କେଉଁ ପ୍ରକାର ପରିବେଶରେ ରୁହେ । ଆମ ଦେଶରେ ଯେଉଁମାନେ ଏହି କୁକୁରଙ୍କୁ ରଖନ୍ତି ସେମାନଙ୍କ ପାଖରେ ଅନେକ ସମୟରେ ଏହି ପ୍ରଜାତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ନଥାଏ । ଅନେକ ଲୋକ ବିଦେଶୀ ପ୍ରଜାତିର କୁକୁରକୁ ରଖନ୍ତି କିନ୍ତୁ ସେହି କୁକୁର ପ୍ରଜାତିର ବୈଶିଷ୍ଟ୍ୟ ବିଷୟରେ କିଛି ଜାଣନ୍ତି ନାହିଁ । ଏକ ନିର୍ଦ୍ଦିଷ୍ଟ ପ୍ରଜାତିର କୁକୁରକୁ କିପରି ଠିକ୍ ଭାବେ ପାଳନ କରାଯିବା କଥା ସେ ସମ୍ପର୍କରେ ସୂଚନା ଅଭାବରୁ ଲୋକମାନେ ଅନେକ ସମୟରେ ସେମାନଙ୍କ ପ୍ରତି ଦାୟିତ୍ୱହୀନ ହୋଇପଡ଼ନ୍ତି । କୁକୁର ସେହିଭଳି ପରିବେଶରେ ନିଜକୁ ଫିଟ୍ କରିପାରନ୍ତି ନାହିଁ ଏବଂ ବେଳେବେଳେ ଲୋକଙ୍କୁ ଆକ୍ରମଣ କରନ୍ତି,ଏବଂ ଆପଣ ଏଥିପାଇଁ ସେହି ପଶୁକୁ ଦାୟୀ କରିପାରିବେ ନାହିଁ ।

ସଠିକ୍ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ଦିଆଯାଉ ନାହିଁ

ନିକଟରେ କେନ୍ଦ୍ର ସରକାର ଯେଉଁ ପ୍ରଜାତିର କୁକୁରଙ୍କୁ ନିଷିଦ୍ଧ କରିଛନ୍ତି, ସେହି ପ୍ରଜାତିର କୁକୁରଙ୍କୁ ଆପାର୍ଟମେଣ୍ଟରେ ରଖିବା ଠିକ୍ ନୁହେଁ । କାରଣ ସେମାନେ ଖୋଲାସ୍ଥାନରେ ରହିବା ପାଇଁ ଅଭ୍ୟସ୍ତ । କିନ୍ତୁ ଏଭଳି କୁକୁରଙ୍କୁ କେବଳ ଷ୍ଟାଟସ ସିମ୍ବଲ ଦେଖାଇବା ପାଇଁ ଆପାର୍ଟମେଣ୍ଟ ଭଳି ସ୍ଥାନରେ ରଖାଯାଉଛି । ମଣିଷଠାରୁ ଦୁରରେ ରହିବାରେ ଅଭ୍ୟସ୍ତ ଏହି ପ୍ରଜାତିର କୁକୁର ନିଜକୁ ଏଭଳି ପରିବେଶରେ ଖାପଖୁଆଇ ପାରନ୍ତି ନାହିଁ । ଫଳରେ ବେଳେବେଳେ ସ୍ଥିତି ଗମ୍ଭୀର ହୁଏ ଓ କୁକୁର ମଣିଷକୁ ଆକ୍ରମଣ କରେ ।

ଯେଉଁମାନଙ୍କ ପାଖରେ ଏହି ପ୍ରଜାତିର କୁକୁର ଅଛି ସେମାନଙ୍କକ କ’ଣ ହେବ?

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଯେଉଁମାନଙ୍କ ପାଖରେ ଏହି ପ୍ରଜାତିର କୁକୁର ଅଛନ୍ତି ସେମାନଙ୍କ ର କ’ଣ କରାଯିବ ତାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । କାରଣ ଯଦି ସରକାର ଏହି କୁକୁରମାନଙ୍କୁ ହଟାଇବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏହା ଭୁଲ ହେବ ନାହିଁ କି? କୁକୁର ମାନେ ଖୁବ୍ ଶୀଘ୍ର ମଣିଷ ସହ ଯୋଡ଼ି ହୋଇଯାଆନ୍ତି, ତେଣୁ ସେମାନଙ୍କୁ ନିଜ ପରିବାରଠାରୁ ଅଲଗା କରିବା ଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିବ ଏବଂ ଏହା ମଧ୍ୟ ହୋଇପାରେ ଯେ ସେମାନେ ଅଧିକ ହିଂସ୍ର ହୋଇପାରନ୍ତି । ଦେଶରେ ଏତେ ସଂଖ୍ୟକ କୁକୁର ରଖିବା ପାଇଁ ପର୍ଯ୍ୟାପ୍ତ ପଶୁ ଆଶ୍ରୟଗୃହ ନାହିଁ । ଏହାର ଏକ ସମାଧାନ ହେଉଛି ଯଦି କୁକୁର କୌଣସି କ୍ଷତି କରେ ତେବେ କଠୋର ଜରିମାନା ଆଦାୟ କରିବା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami