ଆଫଗାନିସ୍ତାନରେ ଗୀତ ଶୁଣିବାରୁ ୧୦ ହେଲେ ଗିରଫ

Above Post Content

କାବୁଲ : ତାଲିବାନ ଆଫଗାନିସ୍ତାନର ୟେଙ୍ଗୀ କାଲା ଜିଲାରେ ଗୀତ ଶୁଣିବା ଓ ବାଦ୍ୟଯନ୍ତ୍ର ବଜାଇବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ତାଲିବାନ ଗତ ଦୁଇ ବର୍ଷ ଧରି ଆଫଗାନିସ୍ତାନର ଲୋକଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇ ଚାଲିଛି ।

Middle post content

ବାଦ୍ୟଯନ୍ତ୍ର ବଜାଇବା, ଗୀତ ଗାଇବା, ନାଚିବା ପାଇଁ ନାହିଁ ଅନୁମତି

After 2nd paragraph post ads

ନିକଟରେ ତାଲିବାନ ସଦସ୍ୟମାନେ ୟେଙ୍ଗି କାଲା ଜିଲାର ସଫି ମଙ୍ଗଲ ଗ୍ରାମରେ ଚଢ଼ାଉ କରିଥିଲେ । ଗ୍ରାମରେ କିଛି ଲୋକ ଗୀତ ଶୁଣୁଥିବା ବେଳେ ୧୦ ଜଣଙ୍କୁ ଗିରଫ କରିଥିଲେ । ସ୍ଥାନୀୟ ତାଲିବାନ ଅଧିକାରୀମାନେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, ନାଚ, ଗୀତ ଶୁଣିବା ଏବଂ ବାଦ୍ୟଯନ୍ତ୍ର ବଜାଇବା ପାଇଁ ସେମାନଙ୍କୁ ଅଟକ ରଖାଯାଇଛି । ତାଲିବାନ ଶାସନରେ କାହାକୁ ବାଦ୍ୟଯନ୍ତ୍ର ବଜାଇବା, ଗୀତ ଗାଇବା କିମ୍ବା ନାଚିବାକୁ ଅନୁମତି ଦିଆଯାଇ ନାହିଁ । ଏହି ନିୟମ ବିବାହ ସମାରୋହରେ ମଧ୍ୟ ପ୍ରଯୁଜ୍ୟ । ଯଦି ଏପରି କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଲିବାନ ମଧ୍ୟ ମହିଳାମାନଙ୍କୁ ସାରା ଦେଶରେ ବିୟୁଟି ପାର୍ଲର ଚଳାଇବାକୁ ବାରଣ କରିଛି । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ତାଲିବାନ ସାଧାରଣ ଲୋକଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ଏବେ ଆମେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami