ଯାଜପୁରରେ ଭୋଟ ମାଗିଲେ ପାଣ୍ଡିଆନ

Above Post Content

ଯାଜପୁର: ଗତଥର ମୁଖ୍ୟମନ୍ତ୍ରୀ ଆସ୍କା ଲୋକସଭା ଆସନରୁ ଜଣେ ଏସଏଚଜି ମାଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ବି ଜଣେ ଏସଏଚଜି ମାଙ୍କୁ ଯାଜପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାଜପୁରକୁ ବହୁତ ଭଲ ପାଆନ୍ତି । ତାଙ୍କ ସମ୍ମାନ ରକ୍ଷା କରନ୍ତୁ । ଯାଜପୁରରୁ ଏକ ଲକ୍ଷ ମାର୍ଜିନରେ ଉଭୟ ବିଧାୟକ ଓ ସାଂସଦଙ୍କୁ ଜିତାନ୍ତୁ । ଯାଜପୁରବାସୀଙ୍କୁ ଆଜି ଏଭଳି ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଯାଜପୁର ବିଧାୟକ ପ୍ରାର୍ଥୀଙ୍କୁ ଏତେ ମାର୍ଜିନରେ ଜିତାନ୍ତୁ ଯେପରି ଆସନ୍ତା ନିର୍ବାଚନରେ ବିରୋଧୀ ନାମାଙ୍କନ ଦାଖଲ କରିବାକୁ ଡରିବେ ବୋଲି ସେ ଆହ୍ୱାନ ଦେଇଛନ୍ତି । ମା ବିରଜା ମନ୍ଦିରର ରୂପାନ୍ତରଣ ହେଉ କି ଯାଜପୁରରେ ମେଡିକାଲ କଲେଜ ସବୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଜପୁର ପ୍ରତି ଥିବା ଭଲପାଇବାର ଉଦାହରଣ । ଯାଜପୁର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇପାରିବ ବୋଲି ସେ କହିଛନ୍ତି ।

Middle post content

ଦିନରେ ଲଣ୍ଠନ ଦେଖାଉଛନ୍ତି ବିରୋଧୀ

After 2nd paragraph post ads

ସେହିପରି ପାଣ୍ଡିଆନ ସୁକିନ୍ଦାରେ ବି ପ୍ରଚାର ଜୋରଦାର କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ ବିରୋଧୀ ଦଳ ନିର୍ବାଚନ ବେଳେ କେବଳ ମିଠା ମିଠା କଥା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଭୋଟରମାନେ ଏଥିପ୍ରତି ସଚେତନ ରହିବାକୁ ଅପିଲ କରିଛନ୍ତି ପାଣ୍ଡିଆନ । ସୁକିନ୍ଦା ଜଗନ୍ନାଥ ମନ୍ଦିର ପାଇଁ ଦେଢ କୋଟି ଟଙ୍କା ସହ ସୁକିନ୍ଦାକୁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ, ଦୁଇଟି ରେଳୱେ ଓଭରବ୍ରିଜ ଓ ରେଙ୍ଗାଲି ବାମ କେନାଲ କାର୍ଯ୍ୟକ୍ଷମ ହେବା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇଥାନ୍ତି । ତେଣୁ ଜୁନ ୯ରେ ଷଷ୍ଠ ଥର ପାଇଁ ଶପଥ ନେବା ପରେ ସେହିଦିନ ବିଜୁଳି ବିଲ ଛାଡ, ସମସ୍ତଙ୍କୁ ବିଏସକେୱାଇ କାର୍ଡ ଓ ମିଶନ ଶକ୍ତି ମହିଳାଙ୍କୁ ପେନସନ ଘୋଷଣା କରିବେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami