ତୁରନ୍ତ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପୁଣି ବଢିଲା ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଡ଼ୁଆ । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଙ୍ଗଳା ଖାଲି କରିବାକୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ମହୁଆ ଏହାକୁ ଅଣଦେଖା କରିଥିଲେ । ଗତକାଲି ପୁଣି ଥରେ ତାଙ୍କୁ ନୋଟିସ ଜାରି କରାଯିବା ସହ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ନୋଟିସକୁ …